କଟକ
: ଓଡ଼ିଶାରେ ସ୍ବାସ୍ଥ୍ୟସେବାର ମୁଖ୍ୟ ଅନୁଷ୍ଠାନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲ ସମ୍ପ୍ରତି ୪ ଠଗ ଆତଙ୍କୀ ମ୍ୟାନେଜରଙ୍କ ଲୁଟମାର ଓ ଦଲାଲିର କ୍ରିଡାଭୂମି ପାଲଟିଛି, ଏହି ଚାରି ଜଣିଆ ଠଗ ଦଳର ସର୍ଦ୍ଦାର ହେଉଛି ଦୀପକ ନାୟକ। ବେସରକାରୀ ଡାକ୍ତରଖାନା ଓ ନର୍ସିଂହୋମ ସହିତ ଏମାନଙ୍କର ଭିତିରି କମିଶନି ବ୍ୟବସାୟିକ ସମ୍ପର୍କ ରହିଛି, ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଏମାନେ ଉତ୍ତମ ଚିକିତ୍ସା ଓ ଆଇସିଇଉର ଆଶ୍ଵାସନା ଦେଇ ଏହିସବୁ ବେସରକାରୀ ଡାକ୍ତରଖାନା ଓ ନର୍ସିଂହୋମକୁ ଚାଲାଣ କରିଦେଉଛନ୍ତି। ଏଥିରୁ ଏମାନେ ପ୍ରଚୁର ଆୟ କରୁଛନ୍ତି। ଯେଉଁସବୁ ରୋଗୀ ଅନ୍ଯ କୁଆଡେ ନଯାଇ, ବଡ ମେଡିକାଲରେ ଚିକିତ୍ସା ପାଇଁ ର଼ହି ଯାଉଛନ୍ତି, ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଏମଆରାଇ, ଅଲଟ୍ରାସାଉଣ୍ଡ ବା ଅନ୍ୟ ପାଥୋଲୋଜିକାଲ ଟେଷ୍ଟ ପାଇଁ ବିଭିନ୍ନ ଆଳରେ ପଇସା ଆଦାୟ କରୁଛନ୍ତି ଏମାନେ। ଅବଶ୍ୟ ଏକଥା ସତ୍ୟ ଯେ କଟକ ମେଡିକାଲରେ ଡାକ୍ତରମାନେ ରୋଗୀସେବାରେ ବେପରବାୟ ଅବହେଳା କରୁଛନ୍ତି, ତା ଉପରେ ଏହି ୪ ଠଗ ମ୍ୟାନେଜରଙ୍କ ଏପରି କାର୍ଯ୍ୟକଳାପ ବେଡି ଉପରେ କୋରଡା ମାଡ଼ ଭଳି ହେଉଛି।ନିଜର କଳା କାରନାମା ବେଫିକର ଭାବେ ଚଳାଇବା ପାଇଁ ସେମାନେ ନିଜର ଏକ ଗୁଣ୍ଡା ବାହିନୀ ମଧ୍ୟ ରଖିଛନ୍ତି।ପ୍ରଫେସରଙ୍କ ଠାରୁ ଆରମ୍ଭ କରି ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁ ଦେଖୁଛନ୍ତି, ଅଥଚ କେହି କେହି କିଛି କରି ପାରୁନାହାନ୍ତି। ଏହି ଠଗମାନଙ୍କ କଳା କାରନାମା ସମ୍ପର୍କରେ ସ୍ଵାସ୍ଥ୍ୟ ନିର୍ଦେଶକ, ସଚିବ ଓ ମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ – ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି।
ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ସମ୍ପୃକ୍ତ ୪ ମ୍ୟାନେଜରଙ୍କ ବିରୋଧରେ ଅଚାନକ ଭିଜିଲାନ୍ସ ଚଢ଼ାଉ କରାଇଲେ, ସବୁକଥାର ପର୍ଦ୍ଦାଫାସ ହେବ।
