ସାହିତ୍ୟିକ ଓ ସାଂସ୍କୃତିକ ସଙ୍ଗଠନ “ହିଂଦୀ ଭାଷୀ” ରାଇରଙ୍ଗପୁର, “ବାଲେଶ୍ବର ରାମ ୟାଦବ ସାହିତ୍ଯ ସଂସଦ “ରାଇରଙ୍ଗପୁର, “ରେଡି ଭୋଲଣ୍ଟିଅର୍ସ” ର ମିଳିତ ଆନୁକୁଲ୍ଯରେ ହିଂଦୀ ଦିବସ 2025 ମହାସମାରୋହରେ ପାଳିତ ହୋଇ ଯାଇଛି।ହିଂଦୀ ଭାଷୀ ଉପଦେଷ୍ଟା ଆଲୋକ ଅଗ୍ରବାଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଓଡିଶା ଶିଳ୍ପପତି ଶ୍ରୀ ଜଗଦିଶ ଚନ୍ଦ୍ର ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ହିଂଦୀ ସାହିତ୍ୟର ସ୍ଥାନ ନିରୂପଣ କରି ହିଂଦୀର ବ୍ୟବହାର ବିଷୟରେ ପ୍ରେରଣାପ୍ରଦ ବକ୍ତବ୍ଯ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ରୁପେ ସମାଜ ଦୈନିକ ପତ୍ରିକାର ବରିଷ୍ଠ ସାମ୍ବାଦିକ ସୌରଭ କୁମାର ପଟ୍ଟନାୟକ, ସାହିତ୍ୟିକ ଶ୍ରୀ ବିଶ୍ବନାଥ ଅଗ୍ରବାଲ ଏବଂ ସମାଜ ସେବୀ ଦେବବ୍ରତ ହୋତା, ହିଂଦୀ ଭାଷୀ ସଂପାଦକ ଛୋଟୁ ଯାଦବ ମଞ୍ଚାସୀନ ହୋଇ ହିଂଦୀର ମହତ୍ବ ଓ ହିଂଦୀ ଦିବସ ର ଆବଶ୍ୟକତା ବଖାଣିଥିଲେ। ହିଂଦୀ ଭାଷୀ ସଭାପତି ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଧୁପ ଦୀପ ପ୍ରଜ୍ବଳନ ଓ ନୁତନ ମହାନ୍ତିଙ୍କ ଦ୍ବାରା ମନ୍ତ୍ରୋଚାରଣ ସହିତ ସଭାକାର୍ଯ୍ ଶୁଭାରମ୍ଭ ହୋଇ ଥିଲା।ବିଜୟ କୁମାର ରାମ ଅତିଥି ପରିଚୟ ପ୍ରଦାନ କରି ସଭା
ସଂଯୋଯନା କରିଥିଲେ। ରାଜେଶ କୁମାର ପ୍ରଜାପତିଙ୍କ ଦ୍ବାରା ସ୍ବାଗତ ସଂଭାଷଣ ପରେ ସମ୍ବର୍ଦ୍ଧନା ପର୍ବରେ ସମାଜସେବୀ ଅବଧେଶ ଚନ୍ଦ୍ର ଶୁକ୍ଲା ଏବଂ ନାଟ୍ୟ ନିର୍ଦ୍ଦଶେକ ନିତ୍ୟାନନ୍ଦ ରାମଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର,ମେମେନ୍ଟୋ ଓ ଉତ୍ତରୀୟ ସହିତ ଶ୍ରୀ ଜଗଦିଶ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାମାନେ ତାଙ୍କର ସଂକ୍ଷିପ୍ତ ବାର୍ତା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲ କଲେଜ ମଧ୍ଯରେ ଆୟୋଜିତ ହୋଇ ଥିବା ପ୍ରତିଯୋଗିତାରେ ବିଜୟୀ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ହେପ୍ପୀ କିଡ୍ସ ସ୍କୁଲ ଗୋରୁମହିଷାଣୀ, ଆଲଫାବେଜ ଇନ୍ଟରନ୍ୟାଶନାଲ ପ୍ରି ସ୍କୁଲ ରାଇରଙ୍ଗପୁର ର କୁନୀ କୁନୀ ଛୁଆ ମାନେ ପ୍ରିୟା ରାଜଙ୍କ ସଂଯୋଯନାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇ ଥିଲେ। ପଂ ଅବଧେଶ ମିଶ୍ର , ରମେଶ ସାହା,ପୁନମ ପ୍ରଜାପତି ହିଂଦୀ ଦିବସ ଉପରେ ସୁନ୍ଦର ବକ୍ତବ୍ଯ ପ୍ରଦାନ କରିଥିଲେ। ଛୋଟୁ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ଢନଢନିଆ, ବିଜୟ କୁମାର ଅଗ୍ରୱାଲ, ମଦନ ରଜକ, ଭାଲୁ ଶର୍ମା, ସଂଜୟ ସାଓ, ରାଜେଶ ରାମ, ବିନୋଦ ହେନ୍ସ, ସହିତ ରେଡି ଭୋଲଣ୍ଟିଅର ଓ ଅନ୍ଯାନ୍ଯ ହିଂଦୀ ଭାଷୀ ସହଯୋଗରେ ଅନୁଷ୍ଠିତ କାର୍ଯ୍ଯକ୍ରମ ସାଫଲ୍ଯ ମଣ୍ଡିତ ହୋଇ ଥିଲା।
