ରାଇରଙ୍ଗପୁର,
ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣୀ ମଣ୍ଡପ ପରିସରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଘର ଜିଲ୍ଲା ସଭାପତି ଅରୁଣ ଓତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ କଳିଙ୍ଗ ୟୁନିଅନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସର ରାଜ୍ୟ ସଭାପତି ମନୋଜ ଦାସ,ସୌରଭ ପଟ୍ଟନାୟକ,ତୁଷାର କାନ୍ତ ମହାନ୍ତ,ଖୁଦିରାମ,ଅନଶନ ମହାନ୍ତ,ବିଶ୍ୱରଞ୍ଜନ ପାଲ,ଉପଦେଷ୍ଟା ନିହାର ବେହେରା,ସୁବ୍ରତ ମହାନ୍ତି,ସୁଜିତ ପଟ୍ଟନାୟକ,ଅଶୋକ ରାଉତ,ମିଲନ ବେହେରା ପ୍ରମୁଖ ସାମ୍ବାଦିକ ମାନଙ୍କର ଦୀର୍ଘ ଦିନର ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରିବା ସହିତ ସଂଗଠନଙ୍କୁ ସୁଦୃଢ କରିବାକୁ ମତବ୍ୟକ୍ତ କରିଥିଲେ । ଅସୁସ୍ଥ ଥିବା ସାମ୍ବାଦିକ ଅରୁଣ ମହାନ୍ତି (ଉଦଳା) ଓ ସତ୍ୟନାରାୟଣ ପାଲ(ରାଇରଙ୍ଗପୁର)ଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସାମ୍ବାଦିକ ପେନସନ ଯୋଜନା ତୁରନ୍ତ ଆରମ୍ଭ କରାଯିବା ସହ ରାଜ୍ୟରେ କର୍ମଜୀବୀ ସାମ୍ବାଦିକ ମାନଙ୍କର ଗଣନା, ରାଜ୍ୟରେ ଏକ ସ୍ୱଚ୍ଛ ଉତ୍ତରଦାୟୀ ମିଡ଼ିଆ ପଲିସି ପ୍ରଣୟନ କରିବାକୁ ଦାବୀ ହୋଇଛି। ଶେଷରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘ ଉପସଭାପତି ଖୁଦିରାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ରାମକୃଷ୍ଣ ଦେ,ଶକ୍ତିକାନ୍ତ ଦାସ,ମନୋଜ ବେହେରା, ପ୍ରଦୀପ ମହାନ୍ତ,ଅଶୋକ ରାଉତ,ନିରୋଜ ସାହୁ,ମେଘନାଦ ହେମ୍ବ୍ରମ,ସ୍ବପ୍ନକାନ୍ତ କାନୁନଗୋ,ଯୁଧିଷ୍ଠିର ପରିଡା,ଦଶରଥ ମାହାଲି,ଆନୱାର ହୁସେନ,ଶଙ୍କର ମହାନ୍ତ,ସୁମିତ ଦାସ,କ୍ଷୀରଦ ମହାନ୍ତ,ଶିବଶଙ୍କର ଗିରି, ସୁବ୍ରତ ସାହୁ,ସ୍ବପ୍ନକାନ୍ତ କାନୁନଗୋଙ୍କ ସମେତ ବହୁ ସାମ୍ୱାଦିକ ଉପସ୍ଥିତ ଥିଲେ।
