ଭବାନୀପାଟଣା:ତା 26.9.2025 କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଚଳିତ ମାସ ସେପ୍ଟେମ୍ବର 30 ତାରିଖରେ ଭବାନୀ ପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ଜେନା ଖାଲ ରେ ମାଙ୍କ ଛତର ଯାତ୍ରା ର ବିଧି ଅନୁସାରେ ପୂଜ୍ଯ ପୂଜା ସାରି ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଙ୍କୁ ଦର୍ଶନ ଦେବା ନିମନ୍ତେ ଭକ୍ତଙ୍କ ଭିଡରେ ମା ଙ୍କ ଛତ୍ର ମନ୍ଦିର ରେ ପ୍ରବେଶ କରିବ। ଛତର ଉତ୍ସବ କୁ ମହାସମାରୋହରେ ଶାନ୍ତି, ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ର ପ୍ରସ୍ତୁତି ଜାରିରହିଛି। ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅପରାହ୍ନ ରେ ଜେନାଖାଲ ପରିଦର୍ଶନରେ ଆସି ଆବଶ୍ୟକ ପ୍ରସ୍ତୁତି ଅନୁଧ୍ୟାନ କରି ଜେନା ଖାଲ ରୁ ମା ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଛତର ଯାତ୍ରା ପରିକ୍ରମା ପଥ ବୁଲି ଦେଖିଥିଲେ ଏବଂ ପବିତ୍ର ଛତ୍ର ଯାତ୍ରା ମହାସମାରୋହରେ ଶାନ୍ତି ଶୃଙ୍ଖଳାର ସହିତ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳଙ୍କ ଏହି ପ୍ରlକ ପ୍ରସ୍ତୁତି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ପ୍ରବେଶନ) ଅନିମେସ ପ୍ରଧାନ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ ନରେଶ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା,ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରମୋଦ କୁମାର ପାଢ଼ୀ, ଶିଶୁ ସୁରକ୍ଷା ଅନୁଷ୍ଠାନ ର ଅଂଶୁମାନ ବାବୁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଅଶୋକ କୁମାର ନେଗୀ, ଉତ୍ସବ ସାହୁ, ସୁବ୍ରତ ବହିଦାର,ଭବାନୀ ଶଙ୍କର ନିଆଲ ପ୍ରମୁଖ ଯୋଗଦେଇ ଥିଲେ।
