ଭୁବନେଶ୍ବର: ଓଡ଼ିଆ ସଂସ୍କୃତିର ପ୍ରାଣ କେନ୍ଦ୍ର ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପରଂପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛି। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି। ପୁରୀଗଜପତି ମହାରାଜା ଏନେଇ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ଇସ୍କନ ଅଦିନରେ ରଥଯାତ୍ରାର ଆୟୋଜନ କରୁଛି। ଇସ୍କନର ଏଭଳି ପଦକ୍ଷେପ ନେଇ ପୁରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୁଣି ଚିଠି ଲେଖିଛନ୍ତି। ସେ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିସନ (ଜିବିସି) ଅଧକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତିଚିଠିରେ ଗଜପତି ମହାରାଜା ଉଲ୍ଲେଖ କରିଛନ୍ତି ଯେ, ସିଦ୍ଧାନ୍ତର ପୁନଃ ବିଚାର କରନ୍ତୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ୱତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ। ଇସ୍କନକୁ ଗଜପତିଙ୍କ ଚିଠି ନେଇ ଶ୍ରୀ ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
