ନୂଆଦିଲ୍ଲୀ: ପୁଣି ବିମାନ କଲା ଜରୁରୀ ଅବତରଣ । ମଝି ଆକାଶରେ ଅଘଟଣ ଏଡାଇବାକୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଇନ୍ଧନ ଲିକ ହେବାରୁ ବାରଣାସୀରେ ଅବତରଣ କଲା ବିମାନ ।ଅଘଟଣ ପୂର୍ବରୁ ଅବତରଣ
ତେବେ ଇଣ୍ଡିଗୋର ବିମାନଟି କୋଲକାତାରୁ ଶ୍ରୀନଗର ଯାଉଥିବା ବେଳେ ଇନ୍ଧନ ଲିକ ହେବାରୁ ଏହାକୁ ଉତ୍ତରପ୍ରଦେଶ ବାରଣାସୀର ଲାଲ୍ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ଯାତ୍ରୀ ଏବଂ କ୍ରିୟୁଙ୍କୁ ମିଶାଇ ମୋଟ ୧୬୬ ଜଣ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।
