ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପଡ଼ିଲା ଭିତ୍ତି ପ୍ରସ୍ତର । ଭୁବନେଶ୍ବର ଜଟଣୀ ସ୍ଥିତ ଇନଫୋଭ୍ୟାଲିରେ SiCSem ପ୍ରାଇଭେଟ ଲିମିଟେଡ୍ ସେମିକଣ୍ଡକ୍ଟର ପ୍ରକଳ୍ପର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ହଜାର ୬୭ କୋଟି ବ୍ୟୟରେ ନିର୍ମାଣ ହେବ ଏହି ପ୍ରକଳ୍ପ । ଏହାଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତମାନର ଶିଳ୍ପ ଓଡିଶାକୁ ଆସୁ । ଏହା ସଫଳ ହେଉଛି । ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ସୁଯୋଗ ରହିଛି । ଭୁବନେଶ୍ୱର ଆଇଆଇଟିରେ ନିଜ ଏମପି ଲାଡରେ ସେମିକଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୩ ଏକର ଜମି ଯୋଗାଇ ଦେଇଛନ୍ତି ।
