ଭୁବନେଶ୍ୱର : ଦଲାଲ ମୁକ୍ତ ହେବ ତହସିଲ ଅଫିସ । ଗୋଟିଏ ଜମିକୁ ମନଇଚ୍ଛା ଦଲାଲ ବାରମ୍ବାର ବିକ୍ରି କରିପାରିବେ ନାହିଁ । ଲୋକଙ୍କୁ ଉନ୍ନତମାନର ରାଜସ୍ବ ସେବା ଯୋଗାଇବାକୁ ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ସେବା ହାତ ପାହାନ୍ତରେ ପହଞ୍ଚାଇବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ସେହିପରି ସବୁ କିଛି ଏଣିକି ଅନଲାଇନରେ ହେବ ।
ନଗଦ ଟଙ୍କା କାରବାର ହଟିବ ବୋଲି ସେ କହିଛନ୍ତି । ଆଜିଠାରୁ ସହଜ ହୋଇଛି ଜମିଜମା ପଞ୍ଜୀକରଣ ଓ କିଣାବିକା । ଘରେ ବସି ଅନଲାଇନରେ ହେବ ସ୍ଲଟ୍ ବୁକ୍ । ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ସବ୍ -ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ । ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରାଯାଇଛି ।
