କରଞ୍ଜିଆ : ନାବାଳକକୁ ହାଣିଲା ନାବାଳକ । ଖେଳୁଥିବା ବେଳେ ନାବାଳକର କୋଦାଳ ଚୋଟରେ ନାବାଳକର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାହାର୍ଦ୍ଦାପଳସା ଗାଁରେ ଘଟିଛି ଏପରି ଅଘଟଣ । ଆଜି ଅପରାହ୍ନ ସମୟରେ ଦୁଇ ନାବାଳକ ଖେଳୁଥିବା ବେଳେ କୌଣସି କାରଣରୁ ଜଣେ ଅନ୍ୟ ଜଣକୁ କୋଦାଳରେ ହାଣି ଥିବା ଅଭିଯୋଗ ହୋଇଛି । ଯଶିପୁର ମେଡିକାଲରେ ନାବାଳକକୁ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ନାବାଳକର ମୃତ ଦେହକୁ ଜବତ କରି ଯଶିପୁର ପୋଲିସର ତଦନ୍ତ ଜାରି ରହିଛି ।
