ପାଟନା: ବିହାର ବିଧାନସଭା ନିର୍ବାଚନ(୨୦୨୫)ରେ ଏନଡିଏର ପ୍ରଭାବଶାଳୀ ପ୍ରଦର୍ଶନ ପରେ ଆଜି ଏକ ନୂତନ ସରକାର ଗଠନ ହୋଇଛି। ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ, ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେଜସ୍ୱୀ ଯାଦବ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ତେଜସ୍ୱୀ ଯାଦବ ଲେଖିଛନ୍ତି, “ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ସମ୍ମାନନୀୟ ନୀତୀଶ କୁମାରଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମନ୍ତ୍ରୀ ପରିଷଦର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିବା ବିହାର ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଶା କରୁଛି ଯେ, ନୂତନ ସରକାର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବ। ଏବଂ ନିଜର ପ୍ରତିଶ୍ରୁତି ପୂରଣ କରି ବିହାରବାସୀଙ୍କ ଜୀବନରେ ସକାରାତ୍ମକ ଏବଂ ଗୁଣାତ୍ମକ ପରିବର୍ତ୍ତନ ଆଣିବ।
