By Swagatika On Nov 20, 2025ନୂଆଦିଲ୍ଲୀ : ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଅଲ ଫଲାହ ୟୁନିଭର୍ସିଟି । କେବଳ ଦିଲ୍ଲୀ ବ୍ଲାଷ୍ଟରେ ସାମିଲ ଥିବା ଅଭିଯୁକ୍ତ ଅଲ ଫଲାହ ୟୁନିଭର୍ସିଟି ଛାତ୍ର ନଥିଲେ । ବରଂ ଏହା ପୂର୍ବରୁ ୨୦୦୮ରେ ହୋଇଥିବା ଡବଲ ବ୍ଲାଷ୍ଟର ଅଭିଯୁକ୍ତ ମଧ୍ୟ ଏହି ଇନଷ୍ଟିଚ୍ୟୁଟର ଛାତ୍ର ଥିଲା ।
ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟ ଏବଂ ଦିଲ୍ଲୀ ବ୍ଲାଷ୍ଟରେ ସାମିଲ ଥିବା ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ମିର୍ଜା ସାଦାବ ବେଗ ମଧ୍ୟ ଅଲ ଫଲାହ ୟୁନିଭର୍ସିଟିରେ ପଢ଼ିଥିଲା । ୨୦୦୭ରେ ଏହି ଇନଷ୍ଟିଚ୍ୟୁଟରୁ ବିଟେକ୍ ପାସ୍ କରିଥିଲା । ୨୦୦୮ରେ ଦିଲ୍ଲୀ ଏବଂ ଅହମ୍ମଦାବାଦ ବ୍ଲାଷ୍ଟରେ ଟପ୍ ଅପରେଟିଭ ଥିଲା ଉତ୍ତରପ୍ରଦେଶର ଆଜମଗଡର ମିର୍ଜା ବେଗ୍ । ବିସ୍ଫୋରଣ ପରଠାରୁ ମିର୍ଜା ବାଗ ଭାରତ ଛାଡି ପଳାଇଛି । ବର୍ତ୍ତମାନ ସେ ଇଣ୍ଟରପୋଲ ରେଡ ନୋଟିସରେ ଅଛି ।
ଏହା ବାଦ୍ ଆହୁରି ଅନେକ ତଥ୍ୟ ପ୍ରମାଣ ସାମ୍ନାକୁ ଆସିଛି ଯେଉଁଥିରେ ଜଣାପଡିଛି ଗତ ଦେଢ଼ ଦଶନ୍ଧି ହେବ ଅଲ ଫଲାହ ୟୁନିଭର୍ସିଟିର ଛାତ୍ର ଆତଙ୍କବାଦୀ ଗତିବିଧି ଜଡିତ ଥିଲେ । ଛାତ୍ରଛାତ୍ରୀ ଫି ବାବଦ ପ୍ରାୟ ୪୧୫ କୋଟି ଟଙ୍କାକୁ ଏମାନେ ଠକି ନେଇ ଶେଲ୍ କମ୍ପାନୀ ଏବଂ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ କାର୍ଯ୍ୟରେ ଲଗାଇଛନ୍ତି । ଏହି ବିଶ୍ଵବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ଗ୍ରେଡ ମାନ୍ୟତା ଦିଆଯାଇଥିବା ବୋଲି ଅନୁଷ୍ଠାନ ପ୍ରଚାର ପ୍ରସାର କରି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଆସୁଥିଲା । କିନ୍ତୁ ପ୍ରକୃତରେ ନାକ୍ ପକ୍ଷରୁ ସେଭଳି କୌଣସି ମାନ୍ୟତା ଦିଆଯାଇ ନ ଥିଲା । କେବଳ ପିଲାମାନଙ୍କ ଠାରୁ ଅର୍ଥ ଆଦାୟ କରିବା ପାଇଁ ଏଭଳି ଉପାୟ ଆପଣାଯାଇଥିଲା ।
