ଆନନ୍ଦପୁର ( ପି ଏ ନ):
କେନ୍ଦୁଝର ଜିଲ୍ଲାର ଆଳତି ସ୍ଥିତ ଦରିଦ୍ର ନାରାୟଣ ବିଦ୍ୟାପୀଠର ପ୍ଲାଟିନମ୍ ଜୁବିଲୀ ଉତ୍ସବ ତିନିଦିନିଆ ବିଭବମୟ କାର୍ଯ୍ୟକ୍ରମ ସହ ଆୟୋଜିତ ହେଲା। ଏହି ଐତିହାସିକ ଉତ୍ସବର ଉଦ୍ଘାଟନ କରିଥିଲେ କେନ୍ଦ୍ରୀୟ ଜନଜାତିୟ ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ୍।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡିଶା ବିଧାନସଭା ଅଧ୍ୟକ୍ଷା ସ୍ମୃତି ସୁରମା ପାଢ଼ୀ, ଯେଉଁଠାରେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ପ୍ରଫେସର ନେତାଜୀ ଅଭିନନ୍ଦନ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଘସିପୁର ବିଧାୟକ ଶ୍ରୀ ବଦ୍ରୀନାରାୟଣ ପାତ୍ର ବିଜେପି ନେତ୍ରୀ ସ୍ମତୀ ସୁକେଶୀ ଓରାମ୍, ଓଲ୍ଡ ବଏଜ୍ ଆସୋସିଏସନ୍ ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ବରାଳ, ସଚିବ ଶ୍ରୀ ପ୍ରଭାତ ବରାଳ, ପ୍ରଧାନ ଶିକ୍ଷକ ଶ୍ରୀ ସଂଜୀବ ଜେନା ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗଦେଇ ଉତ୍ସବକୁ ଗୌରବାନ୍ୱିତ କରିଥିଲେ।

ବକ୍ତାମାନେ ବିଦ୍ୟାପୀଠର ୭୫ ବର୍ଷର ଶିକ୍ଷା, ସମାଜସେବା ଓ ଗ୍ରାମୀଣ ଉନ୍ନତିରେ ବିଶେଷ ଅବଦାନକୁ ଉଲ୍ଲେଖ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନ ଏବଂ ସ୍ମୃତିଚିହ୍ନ ୱିମୋଚନ ଇତ୍ୟାଦି ସହ ତିନିଦିନିଆ ଉତ୍ସବ ଅତ୍ୟଧିକ ଆକର୍ଷଣୀୟ ହୋଇଥିଲା।
ବିଦ୍ୟାପୀଠର ପ୍ଲାଟିନମ୍ ଜୁବିଲୀ ଉତ୍ସବ ଅଞ୍ଚଳରେ ଅବିସ୍ମରଣୀୟ ସ୍ମୃତି ହୋଇ ରହିବ
