ଜିଲ୍ଲାରେ ବିଜେଡି ସଙ୍ଗଠନ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ଦଳରେ ଆଉ ନେତା ଆଉ କର୍ମୀ ରହିବାକୁ ଚାହୁଁ ନାହାନ୍ତି। ଅନେକ ନେତା ଆଉ କର୍ମୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ଛାଡି ବିଜେପିରେ ମିଶି ଯାଇଥିଲେ। ଏବେ ଆହୁରି ଅନେକ ଟାଣୁଆ ନେତା ଆଉ ନିର୍ବାଚିତ ଲୋକ ପ୍ରତିନିଧି ବିଜେଡି ଦଳ ଛାଡି ବିଜେପିରେ ମିଶିଯିବା ପାଇଁ ସଜବାଜ ହେଉଛନ୍ତି।
ନିକଟରେ ଜିଲ୍ଲାର ୪ ବ୍ଲକର ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷଙ୍କୁ ନେଇ ଯୁବ ନେତା ଲୁଲୁଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ବିଜେଡି ଛାଡ଼ି କାଳେ ବିଜେପିରେ ମିଶିବା ପାଇଁ ଏହି ବୈଠକ ହୋଉଥିବା କୁହାଯାଉଛି। ଏହି ବୈଠକ ଫଟୋକୁ ନେଇ ସାମାଜିକ ଗଣ ମାଧ୍ୟମରେ ବେଶ୍ ଭାଇଟାଲ ହୋଇଥିଲା। କୁହାଯାଉଥିଲା ଲୁଲୁଙ୍କ ସମେତ ଏହି ୪ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାର ବହୁ ସରପଂଚ ଓ ସମିତି ସଭ୍ୟ ବିଜେପିରେ ମିଶି ଯେବେ ବୋଲି। ଏମିତି ଖବର ପ୍ରଚାରିତ ହେବା ପରେ ବିଜେଡିକୁ କାଳେ ଜିଲ୍ଲାରେ ବଞ୍ଚାଇ ରଖିବା ପାଇଁ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଉଦ୍ୟମ ଆରମ୍ଭ କରିଛନ୍ତି। ଲୁଲୁଙ୍କ ବୈଠକ ପରେ ସଂଜୀବ ନିଜର ଭଦ୍ରକ ସ୍ଥିତ ଘରକୁ ବନ୍ତ , ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ସମିତି ସଭ୍ୟ ଓ ସରପଂଚମାନଙ୍କୁ ଡାକି ବିଜେଡି ଛାଡ଼ି ବିଜେପି ଦଳକୁ ନଯିବା ପାଇଁ କହିଛନ୍ତି।
