ଭୁବନେଶ୍ବର: ପୁଣି ଶ୍ରୀମୟୀଙ୍କ ନିଶାନାରେ ବିଜେଡି । ଯଦିଓ ସିଧା ସିଧା ନାଁ ନେଇ ଶ୍ରୀମୟୀ ଟାର୍ଗେଟ୍ କରି ନାହାନ୍ତି ମାତ୍ର ଆଜି ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ଏବଂ ବିଜେଡିକୁ ନେଇ ବିସ୍ଫୋରଣ କରିବା ପରେ ପୁଣି ବିଜେଡିକୁ ଘେରିବାକୁ ଶ୍ରୀମୟୀ ମାରିଛନ୍ତି ଶକ୍ତ ବାଣ । ଶବ୍ଦର ଶର ମାରିଛନ୍ତି ଶ୍ରୀମୟୀ। ଏଥର ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ପଦବୀ ଛାଡିବା ଏବଂ ବିଜେଡିକୁ ବ୍ୟୁରୋକ୍ରାଟିକ୍ ଦଳ ବୋଲି ଦେବାଶିଷ କହିବା କଥାକୁ ଶ୍ରୀମୟୀ ବିଦ୍ରୋହର ବହ୍ନି ବୋଲି ଲେଖିଛନ୍ତି- ବିପ୍ଳବର ବହ୍ନି, ବିଦ୍ରୋହର ଆରମ୍ଭ, ବିନାଶର ଶଙ୍ଖନାଦ… ତେବେ ଖାଲି ଏବେ ନୁହେଁ ଲଗାତାର କିଛି ଦିନ ଧରି ଶ୍ରୀମୟୀ ବିଜେଡିକୁ ନିଶାନା ପରେ ନିଶାନା କରି ଆସୁଛନ୍ତି । କେତେବେଳେ ବିଜେଡିର ଟିମ୍ ଭାଇରସ ତ ପୁଣଇ କେତେବେଳେ ତାମିଲ୍ ଚାଟୁକାର୍ ଉପଖ୍ୟାନ ବଖାଣି ନିଶାନା କରୁଛନ୍ତି ।
