ତା ୩୦.୧୧, ଯାଜପୁର।
ଗତ 29 ତାରିଖରେ ଯାଜପୁର ଜିଲ୍ଳା ଅଧିବକ୍ତା ପରିଷଦ ତରଫରୁ ସମ୍ବିଧାନ ଦିବସ ପାଳନ ଯାଜପୁର ଜିଲ୍ଲା ର ହାଇଟେକ କଲେଜ କୁଆଖିଆରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀମାନ ଅଜିତ କୁମାର ପଟ୍ଟନାୟକ ଭାଇ ମୁଖ୍ୟ ଅତିଥି,
ଶ୍ରୀମାନ ଉଦୟନାଥ ସାହୂ ମୁଖ୍ୟ ବକ୍ତା, ରାଜ୍ୟ ସମ୍ପାଦକ ସତ୍ୟଜିତ ଶତପଥି, ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ ଜିତୁ ଗଡ଼ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଧିବକ୍ତା ପରିଷଦର ଜିଲ୍ଲା ପୂର୍ବତନ ବରିଷ୍ଠ ସଦସ୍ୟ ନଳିନୀକାନ୍ତ ମିଶ୍ରଙ୍କ ସହଯୋଗ ଓ ଉଦ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତିରିଶ ଜଣ ସହଯୋଗୀ ଅଧିବକ୍ତା ଓ ରଗଡି ଲଅ କଲେଜ ଅଧକ୍ଷା ସୋନମ ପ୍ରିୟଦର୍ଶିନୀ ସାମଲ ତଥା ଅନ୍ୟ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ଅଧିବକ୍ତା ମାନଙ୍କ ମଧ୍ୟରୁ ତପନ କୁମାର ପଣ୍ଡା, ଅନନ୍ତ ଚନ୍ଦ୍ର କର, ବ୍ରଜ ସୁନ୍ଦର ନାୟକ, ଅଚ୍ୟୁତାନନ୍ଦ ଦାସ, ଭକ୍ତ ବତ୍ସଳ ସାହୂ, ପ୍ରିୟ ଗୋବିନ୍ଦ ଦାସ, ବେବିନା ଓଝା, ହଳଧର ଦାସ, ପରମେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମାଜର ପ୍ରତି ଟି ବ୍ୟକ୍ତି ନିକଟରେ ନ୍ୟାୟ ପହଞ୍ଚାଇବା ତଥା ସମ୍ବିଧାନ ର ମୁଲ୍ୟବୋଧ ବୁଝି ଏକ ପରମ ବୈଭବଶାଳୀ ବିକଶିତ ରାଷ୍ଟ୍ର ନିର୍ମାଣ।ର୍ଥେ ପ୍ରତିଟି ନାଗରିକ ତାର ଦାୟିତ୍ତ୍ୱ ବୋଧ ଓ କର୍ତ୍ତବ୍ୟ ପାଳନ କରିବା ନିହାତି ଜରୁରୀ ବୋଲି ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲାର କିଛି ପ୍ରମୁଖ ଅଧିବକ୍ତା ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କଲେ। ସେମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ନନ୍ଦ, ଗୋପାଳ ଚନ୍ଦ୍ର ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, କିଶୋର ଚନ୍ଦ୍ର କର ଓ ନ୍ୟାସନାଲ ଇନଷ୍ଟିଚୁଟ ଅଫ ଲିଗାଲ ଷ୍ଟଡିଜ, ମହା ବିଦ୍ୟାଳୟ ର ଅଧକ୍ଷା ସୋନମ ପ୍ରିୟଦର୍ଶିନୀ ସାମଲଙ୍କୁ ସମ୍ମାନିତ କରାଯାଇଥିଲା।
