ଲାଞ୍ଚକୁ ଲାଞ୍ଚ ନେଲେ ଏପଟେ ମାରି ଦେଲେ। ପ୍ରସୂତିକୁ ନେଇ ଡାକ୍ତରଖାନା ଆସିଥିଲୁ । ସନ୍ଧ୍ୟା ଅପରେସନ ପରେ ଝିଅଟିଏ ହେଲା । ହେଲେ ଯେତେବେଳେ ଯନ୍ତ୍ରଣା ହୋଇଥିଲା ଡାକ୍ତଖାନାରେ ଡାକ୍ତର ନଥିଲେ କି ନର୍ସ ନଥିଲେ । କଷ୍ଟ ଯନ୍ତ୍ରଣା ସହି ସହି ଜୀବନ ଚାଲିଗଲା । ଏଭଳି କହି ପରିବାର ଲୋକେ ଡାକ୍ତରଙ୍କ ନାଁରେ ଆଣିଥିଲେ ସାଂଘାତିକ ଅଭିଯୋଗ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧ ରେ ଆଣିଛନ୍ତି ଜଣେ ମୃତକାଙ୍କ ପରିବାର ଲୋକ । ତେବେ କଣ ଥିଲା ପରିବାର ଲୋକଙ୍କ ଅଭିଯୋଗ ଆସନ୍ତୁ ଜାଣିବା ।
ଆଜି ସକାଳ ୭ଟା ବେଳେ ହଠାତ୍ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗ ସମ୍ମୁଖରେ ଦେଖା ଯାଇଥିଲା ପ୍ରବଳ ଉତ୍ତେଜନା । ଏହି ଉତ୍ତେଜନାର କାରଣ ଥିଲା ଜଣେ ପ୍ରସୂତୀଙ୍କର ଅସ୍ୱାଭାବିକ ମୃତ୍ୟୁକୁ ନେଇ । ମୃତକା ତୁରମୁଙ୍ଗା ଅଞ୍ଚଳର ପିଙ୍କି ସାହୁ ଗତକାଲି ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତୀ ବିଭାଗ ରେ ଭର୍ତ୍ତି ହୋଇଥିଲେ । ସନ୍ଧ୍ୟା ୭ଟା ପାଖାପାଖି ଅପେରସନ ମାଧ୍ୟମରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ରାତି ୧୨ ଟା ବେଳକୁ ତାଙ୍କୁ ଖୁବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣାରେ ଛଟପଟ ପିଙ୍କି ଯେତେ ଚିତ୍କାର କରିଥିଲେ ବି ଲାଗୁଥିଲା ତାଙ୍କ ଚିତ୍କାର କାହାରି କାନକୁ ଶୁଭିନଥିଲା ।
ନା ଥିଲେ ଡାକ୍ତର ନା ଥିଲେ ନର୍ସ । ଡାକ୍ତର ରହିବା ତ ଦୂରର କଥା । କୌଣସି ନର୍ସ ବି ନଥିଲେ । ଭଲ କି ଦେଖନ୍ତୁ ଡାକ୍ତରଙ୍କ ଏହି ଡିଉଟିର ସାରଣୀକୁ । ଯାହା ପୁରା ଫାଙ୍କା ପଡିଛି । ନର୍ସ ମଧ୍ୟ ତାଙ୍କର ଚିତ୍କାର ଶୁଣି ପାରିନଥିଲେ। ଶେଷରେ ଯନ୍ତ୍ରଣା ରେ ଛଟପଟ ହୋଇ ପ୍ରାୟ ରାତି ୨ଟା ସମୟରେ ପିଙ୍କି ସବୁ ଦିନ ପାଇଁ ଆଖି ବୁଜିଦେଲେ । ଆଜି ସକାଳୁ ପିଙ୍କି ପରିବାର ଓ ବନ୍ଧୁ ପରିଜନଙ୍କ ପକ୍ଷରୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଥିଲେ । ପୋଲିସ ମଧ୍ୟ ନିଜର ଦାୟିତ୍ୱ ତୁଲାଇ ପରିସ୍ଥିତିକୁ ଅଣାୟତ୍ତ ହେବାକୁ ଦେଇ ନଥିଲା । କିନ୍ତୁ ଏଠି ସବୁ ଠାରୁ ବଡ଼ ପ୍ରଶ୍ନ ଦୁଇ ଦୁଇଟି ଛୁଆର ମା ପିଙ୍କି ଚାଲିଯିବା ପରେ ଏ କୁନି ପିଲାଙ୍କୁ କଣ କେହି ମା ଫେରେଇ ପାରିବେ ।
ଏହି ଘଟଣାର ବହୁ ସମୟ ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗି ଥିଲା। ଘଟଣା ସ୍ଥଳକୁ ଆସିଥିଲେ ତିନି ଜଣ ADMO । ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଚିରାଚରିତ ଢଙ୍ଗରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ହେଲେ ପରିବାର ଲୋକ ଅପେରେସନ କରିଥିବା ସମ୍ପୃକ୍ତ ଡାକ୍ତର ଘଟଣା ସ୍ଥଳକୁ ଆସିବାକୁ ଅଡି ବସିଥିଲେ । ପୋଲିସର ହସ୍ତକ୍ଷେପ ପରେ ମେଡିକାଲ କଲେଜର ଦୁଇ ଜଣ ଡାକ୍ତର ଏବଂ ପରିବାର ବର୍ଗଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହେବା ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା କମି ଥିଲା ।
Also Read:କାଲିଠୁ ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ଟିକେଟ ବିକ୍ରି, ୫ ରୁ ଅଫଲାଇନରେ ଟିକେଟ୍ ବିକ୍ରି
