ଭୁବନେଶ୍ୱର: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ର ସଦ୍ୟତମ ରିପୋର୍ଟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି, ୨୦୨୩ ମସିହାରେ ଓଡ଼ିଶାରେ ୧୬୨ଟି ମାନବ ଚାଲାଣ ମାମଲା ପଞ୍ଜିକୃତ ହୋଇଛି ଏବଂ ଏହା ଦ୍ବାରା ୧୩୦୫ ଜଣ ପୀଡ଼ିତ ହୋଇଛନ୍ତି।
ବାରବାଟୀ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସ ପ୍ରଶ୍ନ କରିଥିଲେ ଯେ, ସଦ୍ୟତମ NCR ରିପୋର୍ଟ ଅନୁଯାୟୀ ଓଡ଼ିଶାରେ କେତେ ମାନବ ଚାଲାଣ ମାମଲା ରିପୋର୍ଟ ହୋଇଛି। ମୋଟ ପୀଡିତଙ୍କ ସଂଖ୍ୟା କେତେ? ପୀଡିତାଙ୍କ ମଧ୍ୟରୁ କେତେ ମହିଳା ଏବଂ କେତେ ୧୮ ବର୍ଷରୁ କମ୍ ବୟସର। ଏହି ମାମଲାରେ କେତେ ତଦନ୍ତ ସମାପ୍ତ ହୋଇଛି।
