ନୂଆଦିଲ୍ଲୀ:
ରାଷ୍ଟ୍ରୀୟ ପତ୍ରକାର ମହାସଂଘ (RPM)ର କୋର୍ ଗ୍ରୁପ୍ ସଦସ୍ୟମାନଙ୍କ ବୈଠକ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ବୈଠକଟି ଜାତୀୟ କୋଷାଧକ୍ଷ ଶ୍ରୀ ଧୀରଜ କୁମାରଙ୍କ ଆୟୋଜନରେ ଏବଂ ଜାତୀୟ ଅଧ୍ୟକ୍ଷ ଡା. ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିଲା।
ବୈଠକରେ ସଂଗଠନ ସଂପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇ ସମ୍ମତିକ୍ରମେ ଅନୁମୋଦନ ମିଳିଛି। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସ୍ତରରେ ସଂଗଠନର ପୁନଃଗଠନ ଏବଂ ନେଟୱାର୍କକୁ ଅଧିକ ସୁଦୃଢ଼ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ, ବର୍ତ୍ତମାନର ଆଜୀବନ ସଦସ୍ୟତା ଶୁଳ୍କ ₹୧,୩୦୦/- ଏବଂ ବାର୍ଷିକ ସଦସ୍ୟତା ଶୁଳ୍କ ₹୨୦୦/- ଆଦାୟ କରିବା ପ୍ରସ୍ତାବକୁ ମଧ୍ୟ କୋର୍ ଗ୍ରୁପ୍ ଅନୁମୋଦନ କରିଛି।
ଏହି ବୈଠକରେ ସଂଗଠନ ସଚିବ ଶ୍ରୀ ସୁଶୀଲ କୁମାର ଶର୍ମା, ଜାତୀୟ କନଭେନର ଶ୍ରୀ ମେହେତାବ୍ ଖାନ୍ ଚାନ୍ଦ, ଜାତୀୟ ସଚିବ ଶ୍ରୀ ସୁଶାନ୍ତ କୁମାର ସୋନି, ଦିଲ୍ଲୀ NCR ଅଧ୍ୟକ୍ଷ ଶ୍ରୀ ବୀରେନ୍ଦ୍ର କୁମାର ସାଇନୀ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ କନଭେନର ଶ୍ରୀ ଶ୍ରୀନିବାସ ରାଓ ଉପସ୍ଥିତ ଥିଲେ।
ବୈଠକର ଶେଷରେ କାର୍ଯ୍ୟକ୍ରମ ସମନ୍ୱୟକ ଶ୍ରୀ ତାହିର୍ ଆହମଦଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ ସହ ବୈଠକ ଶେଷ ହୋଇଥିଲା
