ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ଘନ କୁହୁଡ଼ି ଯୋଗୁଁ ବାତିଲ ହୋଇଯାଇଛି । କୁହୁଡ଼ି ଯୋଗୁ ଟସ୍ ମଧ୍ୟ ପଡ଼ିପାରି ନଥିଲା । ମ୍ୟାଚ୍ ବାତିଲ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ଘଟଣା ପରେ ଏବେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଭବିଷ୍ୟତରେ ମ୍ୟାଚ୍ ସିଡ୍ୟୁଲ୍ ବା କାର୍ଯ୍ୟସୂଚୀ ପ୍ରସ୍ତୁତ କଲାବେଳେ ବୋର୍ଡ ପାଗ ଏବଂ ପ୍ରଦୂଷଣକୁ ଗୁରୁତ୍ୱର ସହ ବିଚାର କରିବ ବୋଲି କହିଛି ।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମ୍ୟାଚ୍ ବାତିଲ ହେବା ଅତ୍ୟନ୍ତ ନିରାଶାଜନକ । ପ୍ରସ୍ତୁତି ଶେଷ ହୋଇଥିଲା ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିରୀକ୍ଷଣ କରାଯାଇଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଖେଳ ବାତିଲ କରିବାକୁ ପଡିଲା । ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ଖରାପ ଭିଜିବିଲିଟି କାରଣରୁ ରାତି ୯:୩୦ ରେ ଅଧିକାରୀମାନେ ଖେଳ ବାତିଲ କରିଥିଲେ । ଏହା ସହିତ ୧୫ ଡିସେମ୍ବର ରୁ ୧୫ ଜାନୁଆରୀ ଯାଏଁ ହେବାକୁ ଥିବା ମ୍ୟାଚ ପର୍ଯ୍ୟନ୍ତ ଉପରେ ଧ୍ୟାନ ଦେବାକୁ ହେବ ।
୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ଆଗୁଆ ରହିଛି ଭାରତ । ଯଦି ଶେଷ ମ୍ୟାଚ ହାରିଯାଏ ତେବେ ସିରିଜ ୨-୨ରେ ଡ୍ର ରହିବ । ଆଉ ଯଦି ଭାରତ ଜିତେ ତେବେ ଭାରତ ୩ -୧ରେ ସିରିଜ ଜିତିବ ।
