ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା ଗସ୍ତରେ ଆଜି କଂଗ୍ରେସର ୧୫ ଜଣିଆ ଫେକ୍ଟ ପାଇଣ୍ଡିଂ ଟିମ ପହଞ୍ଚିଥିଲା। ଏହି ଟିମରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାନ୍ତା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ପୂର୍ବତନ ବିଧାୟକ ଭୁଜବଳ ମାଝି ଓ ନିମାଇଁ ସରକାର, ରାଜ୍ୟ ମିଡିଆ ସେଲର ମୁଖ୍ୟ ଅରବିନ୍ଦ ଦାସ, ଜିଲ୍ଲା ସଭାପତି ଜି.ଶ୍ରୀନିବାସ ରାଓ ସମେତ ୪ ଜଣ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଟିମ୍ ପ୍ରଥମେ ରାଖାଲଗୁଡା ଯାଇଥିଲେ। ସେଠାରେ ଏକ ସାଧାରଣ ସଭାରେ ପିସିସି ସଭାପତି ଶ୍ରୀ ଦାସ ଯୋଗ ଦେଇଥିଲେ। ପ୍ରାୟ ଦେଢ ଘଣ୍ଟା ଧରି ସେଠାରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ମୃତ ଲାକେ ପଡିଆମିଙ୍କ ହତ୍ୟା କୁନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିଲା। ଶତାଧିକ ଆଦିବାସୀ ସେମାନଙ୍କର ଜମି କିପରି ଫେରି ପାଇବେ ସେନେଇ ଶ୍ରୀ ଦାସଙ୍କୁ ଅଭିଯୋଗ କରିଥିଲେ। ମୃତ ଲାକେଙ୍କର ହତ୍ୟାର କାରଣ ପଚାରି ବୁଝିଥିଲେ। ସେ ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେଠାରୁ ଏମଭି-୨୬ ଗ୍ରାମକୁ ଯାଇ ନିଆଁରେ ପୋଡି ଯାଇଥିବା ଘରର ମାଲିକମାନଙ୍କ ସହ ସାକ୍ଷାତ
