ସୁବର୍ଣ୍ଣପୁର:
ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା–2026 ବୁଧବାର ସନ୍ଧ୍ୟାରେ ଭବ୍ୟ ଭାବେ ଉଦ୍ଘାଟିତ ହୋଇଛି । ଏହାର ଅବସରରେ ସକାଳେ ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ପୀଠରୁ ଏକ ମଶାଲ୍ (Mashal) ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।
ଏହି ମଶାଲ୍ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ୍) ଅଞ୍ଜାଲିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସୋନପୁର ସବ୍-କଲେକ୍ଟର ଡ଼. ସୌମ୍ୟରୂପା ରାଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଡିପିଓ କମ୍ ଡିଆଇ ଏଣ୍ଡ ପିଆରଓ ଅର୍ଜୁନ ମାଝୀଙ୍କ ସହ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀ, କଳାକାର ଓ ବିଭିନ୍ନ ବ୍ଲକରୁ ଆସିଥିବା ସଂସ୍କୃତି ପ୍ରେମୀମାନେ ସାମିଲ୍ ହୋଇଥିଲେ ।
ଏହିବର୍ଷ ଜିଲ୍ଲା ମହୋତ୍ସବର ଥିମ୍ “ମହିମା” ରଖାଯାଇଛି, ଯାହା ମହାନ କବି ଭୀମ ଭୋଇଙ୍କ ଦର୍ଶନ ଓ ଚିନ୍ତାଧାରା ଉପରେ ଆଧାରିତ । ମହୋତ୍ସବ ଅବଧିରେ ମହିଳା ସ୍ୱୟଂସହାୟତା ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସହ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ମୋଟ ୨୩୯ଟି ଷ୍ଟଲ୍ ସଜାଯାଇଛି ।
ସେହିପରି, “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବରେ ମୋଟ ୫୯ଟି ସାଂସ୍କୃତିକ ଦଳ ନିଜ ନିଜ କଳାକୃତି ପ୍ରଦର୍ଶନ କରିବେ ।
ରିପୋର୍ଟ: ଉଗ୍ରସେନ କର୍ମୀ
