କଟକ:
ଅଦ୍ୟ ତା. ୧୧.୦୧.୨୦୨୬ ରିଖ ପୂର୍ବାହ୍ନ ୧୦ଟା ସମୟରେ ହିନ୍ଦୁ ଏକତା ମଞ୍ଚ ଭାରତ ସଂଗଠନର ଆନୁକୂଲ୍ୟରେ, ସଂଗଠନର ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ବିଡାନାସୀ ସ୍ଥିତ ଭୂଆସୁଣୀ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ ଓ ସାଙ୍ଗଠନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡକ୍ଟର ହରିହର କାନୁନଗୋ ଯୋଗଦେଇଥିଲେ। ସଭାରେ ସଂଗଠନର ସମ୍ପାଦକ ସୁରେନ୍ଦ୍ର ମହାନ୍ତି, ଉପସଭାପତି ଚନ୍ଦ୍ରକାନ୍ତ ନାୟକ, କୋଷାଧ୍ୟକ ବିଦ୍ୟୁତ ଜେନା, ଯୁଗ୍ମ ସମ୍ପାଦକ ଡକ୍ଟର ପ୍ରଭାତ ସାହୁ, ସାଂସ୍କୃତିକ ସମ୍ପାଦକ କୈଳାଶ ଚନ୍ଦ୍ର ଜେନା, ଉପସଭାପତି ଅଶୋକ ପଣ୍ଡା ସହ ରାଜ୍ୟ ଓ ଜିଲ୍ଲା ସ୍ତରର ଅନେକ ନେତୃତ୍ୱମାନେ ଉପସ୍ଥିତ ଥିଲେ।

କଟକ, ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର ଓ ଭୁବନେଶ୍ୱର ଜିଲ୍ଲାର ଶତାଧିକ ସଦସ୍ୟ ଏହି ବୈଠକରେ ଯୋଗଦେଇ ସଂଗଠନର ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଲାଇଫ୍ ମେମ୍ବରମାନଙ୍କୁ ସମ୍ମାନିତ କରାଯାଇଥିଲା।
ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ସୁଶୀଲ ପାଲଙ୍କୁ ରାଜ୍ୟ ସଂଯୋଜକ, ଶ୍ରୀମତୀ ମୀନା କୁମାରୀଙ୍କୁ ଅନୁଗୁଳ ଜିଲ୍ଲା ସଭାପତି ଓ ନରେନ୍ଦ୍ର ପଣ୍ଡାଙ୍କୁ କୋରାପୁଟ ଜିଲ୍ଲା ସଭାପତି ଭାବେ ଘୋଷଣା କରିଥିଲେ।
ବୈଠକରେ ବସନ୍ତ ପଢ଼ିଆରୀ (ପ୍ରାକ୍ତନ ଜିଲ୍ଲା ଜଜ), ପ୍ରଫେସର ସୁରେନ୍ଦ୍ର ମିଶ୍ର, ପ୍ରଫେସର ଆଦିତ୍ୟ ପ୍ରସାଦ ଧଳ, ସୁଚେତା ମହାନ୍ତି, ଆଡ଼ଭୋକେଟ ଅରବିନ୍ଦ ମହାନ୍ତି ସହ ଅନ୍ୟାନ୍ୟ ବକ୍ତାମାନେ ନିଜ ନିଜର ମତ ରଖିଥିଲେ।
ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଆସନ୍ତା ଓଡ଼ିଆ ନବବର୍ଷ ଅବସରରେ ବରୁଣେଇଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବ ବୋଲି ଘୋଷଣା କରିଥିବାବେଳେ, ଆଡ଼ଭୋକେଟ ରବିନାରାୟଣ ସାହୁ ଆସନ୍ତା ବର୍ଷ ଜାନୁଆରୀ ମାସରେ କାମାକ୍ଷାନଗର ଠାରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ ହେବ ବୋଲି ଘୋଷଣା କରିଥିଲେ।
