ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସ୍ଥିତ ନାଚୁଣୀ ମହାବିଦ୍ୟାଳୟରେ ମେଗା ସ୍ବାସ୍ଥ୍ୟ ସେବା ଶିବିର । କିମ୍ସ ପକ୍ଷରୁ ଆୟୋଜିତ ଶିବିରକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ । ଅନ୍ୟ ଅତିଥିଭାବେ ଭାବେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର , ଚିଲିକାର ପୂର୍ବତନ ବିଧାୟକ ଡା. ବିଭୁତି ଭୂଷଣ ହରିଚନ୍ଦନ, କିଟର ଉପଦେଷ୍ଠା ଶଶାଙ୍କ ଶେଖର ଚୂଡ଼ାମଣୀ ପ୍ରମୁଖ ଉପସ୍ଥିତ ଥିଲେ ।
କିଟ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରକୁ ଭୁୟସୀ ପ୍ରଶଂସା କରିଥିଲେ ଉପସ୍ଥିତ ଅତିଥି । ଆଇନ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡ. ସାମନ୍ତଙ୍କୁ ପ୍ରଶଂସା କରିବା ସହିତ କିମ୍ସ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଏକ ମାଇଲଖୁଣ୍ଟ ବୋଲି କହିଥିଲେ ।
ଆୟୋଜିତ ଶିବିରରେ ୩ହଜାରରୁ ଅଧିକ ରୋଗୀ ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଏଥିରେ ଡକ୍ଟର ହରିଶ ଚୌଧିରୀଙ୍କ ତତ୍ତ୍ବାବଧାନରେ କିମ୍ସର ବିଭିନ୍ନ ବିଭାଗର ୨୮ରୁ ଊର୍ଦ୍ଧ୍ବ ଡାକ୍ତରୀ ଦଳ ଔଷଧ ବଣ୍ଟନ କରିଥିଲେ । ଏକ ମାସ ପର୍ଯ୍ୟନ୍ତ ଚାଲିବ ଏହି ଔଷଧ ବଣ୍ଟନ କାର୍ଯ୍ୟକ୍ରମ ।
