ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ ମହର୍ଷି ମହେଶ ଯୋଗୀ ଙ୍କ ୧ 0୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି|ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ମହର୍ଷି ଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ପଣ୍ଡିତ ବଳରାମ ମିଶ୍ର, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣ ଚନ୍ଦ୍ର ଦାସ ଜୀ ମହାରାଜ, ଉତ୍ତରା ଖଣ୍ଡ ର ଅମୃତା ନନ୍ଦ ଗିରୀ ଜୀ ମହାରାଜ, ଇଦୋର ର ଶ୍ୟାମ ସୁନ୍ଦର ଶାସ୍ତ୍ରୀ ପ୍ରମୁଖ ଯୋଗଦେଇ ମହର୍ଷି ଙ୍କ ଦ୍ୱାରା ବେଦର ବିଶ୍ୱରେ ପ୍ରଚାର ପ୍ରସାର କରିବା ସହ ବ୍ରାହ୍ମଣ ଙ୍କ ଉର୍ନ୍ନତି ବିଷୟରେ ଆଲୋକପାତ କରିଥିଲେ|ଶେଷରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ
ଦ୍ୱାରା ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |
