ଚଣ୍ଡିଖୋଲ:
ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର କୁଲହରିପୁର ସ୍ଥିତ ହନୁମାନ ମନ୍ଦିରରେ ଓଁ ଶ୍ରୀ ଶ୍ରୀ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମୂର୍ତ୍ତି ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଦୂର-ଦୂରାନ୍ତରୁ ବହୁ ସାଧୁସନ୍ଥ ଓ ଧାର୍ମିକ ଗୁରୁମାନେ ଯୋଗଦେଇ ଉତ୍ସବକୁ ଆହୁରି ମହିମାନ୍ୱିତ କରିଥିଲେ।

ଉତ୍ସବର ମୁଖ୍ୟ ଅତିଥି ଭାବେ ଶ୍ରୀ ଦିଗମ୍ବର ବାବା ପୁରୀ ମହାରାଜ (ମଧ୍ୟ ପ୍ରଦେଶ, ଉଜ୍ଜୟିନୀ) ଉପସ୍ଥିତ ଥିବାବେଳେ, ଶ୍ରୀ ବାବାଜୀ ଅଭ୍ୟୁତ ବଳରାମ ଦାସ (ନୂଆଗାଁ ଭଟ୍ଟା), ଶ୍ରୀ ଶାନନ୍ଦାନନ୍ଦ (ଗୁଆଳିପୁର, ରଘୁନାଥପୁର), ପ୍ରହଲ୍ଲାଦ ଶ୍ରୀ ମହାରାଜ, ରାଜ ରାଜେଶ୍ୱରୀ ପୁରୀ ମହାରାଜ, ଅମୃତ ଦେବା ମହାରାଜ, ଛତ୍ରସେନ ପାଢ଼ୀ ମହାରାଜ, କୃଷ୍ଣ ମହାରାଜ, ରାମଜିଉ ମହାରାଜ, ସନ୍ତୋଷ ମହାରାଜ, ନାମକୀର୍ତ୍ତନ ମହାରାଜ ସହ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ।
ଏହି ଉତ୍ସବ ଅବସରରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ଓ ଆହୁତି ପ୍ରଦାନ କରାଯାଇ ବିଶ୍ୱ କଲ୍ୟାଣ ସହିତ ଗ୍ରାମ, ପଞ୍ଚାୟତ, ବ୍ଲକ, ରାଜ୍ୟ ଓ ଦେଶର ଶାନ୍ତି ଓ ସମୃଦ୍ଧି କାମନା କରାଯାଇଥିଲା। ଧାର୍ମିକ ଆଚାର, ଭଜନ-କୀର୍ତ୍ତନ ଓ ହୋମଯଜ୍ଞ ମାଧ୍ୟମରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ମହୋଲରେ ଡୁବିଯାଇଥିଲା।
ଉତ୍ସବର ସୁଚାରୁ ଆୟୋଜନ ଓ ପରିଚାଳନାର ଦାୟିତ୍ୱ ଶ୍ରୀରାମ ନବମୀ କମିଟି ମହାସଂଘ ସହ ଗ୍ରାମବାସୀବୃନ୍ଦ ସଫଳତାର ସହିତ ନିର୍ବାହ କରିଥିଲେ।
