କଟକ :- (୦୨-୦୨-୨୦୨୬) କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ର ଯୁବକ ନିର୍ମଳ କୁମାର ସାହୁ ଗତ ଦୁଇବର୍ଷ ଧରି ସାଉଦି ଆରବର “ଗ୍ଲୋବାଲ ସୋର୍ସ ନାମକ ଏକ କମ୍ପାନୀ ରେ ଫାୟାର ୱାଚ୍ ଭାବରେ କାମ କରିବା ପାଈଁ ଯାଇଥିଲେ।କମ୍ପାନୀର ଚୁକ୍ତି ଅନୁଯାଇ ନିର୍ମଳ କୁ ଦୁଇ ବର୍ଷ ପରେ ଭାରତ ଆସିବାର ଥିଲା। ବାରମ୍ବାର ନିର୍ମଳ ଏହି ବିଷୟରେ ଜଣାଇବା ପରେ କମ୍ପାନୀ ର କତୁର୍ପକ୍ଷ କୌଣସି କଥା ଶୁଣିନଥିଲେ ଏବଂ ବାଧ୍ୟତା ମୂଳକ ଭାବରେ କାର୍ଯ୍ୟରେ ଯୋଗଦାନ କରିବା ପାଇଁ କହି ବିଭିନ୍ନ ପ୍ରକାର ମାନସିକ ଚାପରେ ରେ ରଖୀ ହଇରାଣ କରୁଥିଲେ, ଯାହାଫଳରେ ନିର୍ମଳ ମାନସିକ ଚାପରେ ରହୁଥିଲେ। ଏହିସବୁ ପୁଅର ଖବର ପାଇ ନିର୍ମଳ ଙ୍କ ବାପା ମଧ୍ୟ ଚାପରେ ରହି ବ୍ରେନ ଷ୍ଟୋକ ର ଶିକାର ହୋଇ ଥିଲେ । ଘରର ପରିସ୍ଥିତି ବିଷୟରେ ନିର୍ମଳ କମ୍ପାନୀ ର କର୍ତ୍ତୃପକ୍ଷ ଙ୍କୁ ଜଣେଇବା ନିମନ୍ତେ ମଧ୍ୟ ଘରକୁ ଫେରି ଆସିବାପାଇଁ କୌଣସି ପ୍ରକାର ସମାଧାନ ର ପନ୍ଥା ମିଳୁ ପାରୁ ନଥିଲା । ବହୁତ୍ ଚେଷ୍ଟା ପରେ ନିର୍ମଳ, “ଇଣ୍ଟରନେସନାଲ୍ ଓଡ଼ିଆ ଫାଉଣ୍ଡେସନ” ର ସାହାଯ୍ୟ ଲୋଡିଥିଲେ। ଏହି ଖବର ଶୁଣି ଫାଉଣ୍ଡେସନର ସ୍ଵେଛାସେଵୀ ଶ୍ରୀଯୁକ୍ତ ପ୍ରତାପ ନାୟକ, ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ ଓ ଶ୍ରୀଯୁକ୍ତ ରବି ଶର୍ମା ତୁରନ୍ତ ନିର୍ମଳ ଙ୍କ ସହ ଯୋଗା ଯୋଗ କରି ଯଥା ଶୀଘ୍ର ଦିନ ଓଡ଼ିଶା ଫେରେଇ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଇଣ୍ଟରନେସନାଲ୍ ଓଡ଼ିଆ ଫାଉଣ୍ଡେସନ ର କର୍ମକର୍ତା ଏହି ବିଷୟକୁ ଗମ୍ବିରତା ସହିତ ଆବଶ୍ୟକ ଅନୁସାରେ ତୁରନ୍ତ ତଦନ୍ତ କରିଥିଲେ! ଶ୍ରୀଯୁକ୍ତ ପ୍ରତାପ ନାୟକ, ଭାରତୀୟ ଦୂତାବାସ ସହିତ ଯୋଗା ଯୋଗ କରି, ଉକ୍ତ କମ୍ପାନୀ ର ପ୍ରମୁଖ ବ୍ୟକ୍ତି ସହିତ ଆଲୋଚନା କରି ମାତ୍ରା ୬ ଦିନ ଭିତରେ ନିର୍ମଳ ଙ୍କୁ ଓଡ଼ିଶା ଆଣିବା ରେ ସଫଳ ହୋଇଥିଲେ। ନିଜ ପରିବାର ଲୋକଙ୍କୁ ପାଖରେ ପାଇ ନିର୍ମଳ ଭାବ ବିହୋଳ ହେବା ସହ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ ।
ଇଣ୍ଟରନେସନାଲ୍ ଓଡ଼ିଆ ଫାଉଣ୍ଡେସନ କର୍ମକର୍ତା ଫାଉଣ୍ଡେସନର ଶ୍ରୀଯୁକ୍ତ ସାହୁ, ଶ୍ରୀଯୁକ୍ତ ଶର୍ମା ଓ ଶ୍ରୀଯୁକ୍ତ ନାୟକ ଙ୍କ ଏଭଳି ନିଃସ୍ଵାର୍ଥ ପର ସେବା ପାଇଁ ନିଷ୍ଟିତ କୋଇଲି ଅଞ୍ଚଳ ର ଜନସାଧାରଣ ମାନେ ନିଜର ସାଧୁବାଦ୍ ଜଣାଇଥିଲେ | ଉକ୍ତ ବିଷୟରେ ଭାରତୀୟ ଦୂତାବାସ ସହଯୋଗ କରିଥିବାରୁ ଇଣ୍ଟରନେସନଲ ଓଡ଼ିଆ ଫାଉଣ୍ଡେସନ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
ଇଣ୍ଟରନେସନଲ ଓଡ଼ିଆ ଫାଉଣ୍ଡେସନ ତରଫରୁ ଦୀର୍ଘ ବର୍ଷ ଧରି ବିଭିନ୍ନ ଦେଶରେ ଫସି ରହିଥିବା ଓଡିଆଙ୍କୁ ଉଦ୍ଧାର କାମ ଜାରୀ ରହିଥିବା ବେଳେ ଆଗମୀ ଦିନରେ କାର୍ଯ୍ୟ ଜାରିରହିବ ବୋଲି ଫାଉଣ୍ଡେସନ ତରଫରୁ ସୁଚନା ଦିଆଯାଇଛି।
