ଭୁବନେଶ୍ୱର : ଗ୍ରାମାଞ୍ଚଳର ବିକାଶ ପାଇଁ ୪୪ ହଜାର ୩୦୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ ହଜାର ୪୯୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଆରମ୍ଭ ହୋଇଛି ନୂଆ ମିଶନ ପାୱାର । ରାସ୍ତା ନଥିବା ଗାଁ ଗୁଡିକୁ ସଡ଼କ ସହ ଯୋଡ଼ିବା ପାଇଁ ପାୱାର ଅଧୀନରେ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ନୂଆ ଯୋଜନା ଭିବି ଜୀ ରାମ ଜୀ ପାଇଁ ୫ ହଜାର ୫୭୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଭିବି ଜୀ ରାମ ଜୀ ଲାଗୁ ନ ହେବା ପର୍ଯ୍ୟନ୍ତ, ମନରେଗା କାର୍ଯ୍ୟକାରୀ ହେବ । ଏଥିରେ ୧୫୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଦାଦନ ସମସ୍ୟା ଦୂର କରିବାକୁ ଆରମ୍ଭ ହେବ ଡାଲଖାଇ ଯୋଜନା । ଆସନ୍ତା ଆର୍ଥିକ ବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଜନଜାତି ମିଶନର ଦ୍ବିତୀୟ ପର୍ଯ୍ୟାୟ । ବସୁଧାନ ପାଇଁ ୧୪୯୫ କୋଟି ଟଙ୍କା ଏବଂ ଜଳ ଜୀବନ ମିଶନ ପାଇଁ ୭ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି । ଗ୍ରାମାଞ୍ଚଳ ପାଇଁ State Support for Rural Piped Water Supply Projects ଆରମ୍ଭ ହେବ । ଏଥିରେ ୮୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବିତ ରହିଛି ।
