ନୂଆଦିଲ୍ଲୀ : ୟୁଏଇରେ ଡ୍ରୋନ ଆଟାକ । ଦୁବାଇରେ ଏମରଜେନ୍ସି ଆଲର୍ଟ । ୟୁଏଇରେ ଡ୍ରୋନ ଷ୍ଟ୍ରାଇକ ପରେ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଏକ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି । ଡ୍ରୋନ ଆକ୍ରମଣର ଆଶଙ୍କା ଥିବାରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜକୁ ସୁରକ୍ଷିତ ରଖିବାକୁ ଅତି ଜରୁରୀ ନହେଲେ ବାହାରକୁ ନଯିବାକୁ ଆଲର୍ଟ ଜାରି ହୋଇଛି । ଆକ୍ରମଣର ଆଶଙ୍କା ରହିଥିବାରୁ ଖୋଲାସ୍ଥାନରୁ ଦୂରେଇ ରୁହିବାକୁ କୁହାଯାଇଛି । ଯଦି କେହି ବାହାରେ ରହିଛନ୍ତି ତେବେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।
ସେପଟେ ଇଜ୍ରାଏଲର ରାଜଧାନୀ ତେଲ ଅଭିଭରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି । ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ନେଇ ସତର୍କ ସୂଚନା ଜାରି ହେବା ପରେ ଇସ୍ରାଏଲର ତେଲ ଅଭିଭରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଇରାନର ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହେଉଥିବା ବେଳେ ଏହି ଶବ୍ଦ ଶୁଣଯାଇଛି । ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କା କରି ହାଇ ଆଲର୍ଟ ଜାରି କରିଥିଲା ଇସ୍ରାଏଲ । ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବା IDF ନିଜ ନାଗରିକଙ୍କୁ ଆଗକୁ ସତର୍କ କରାଇଥିଲା । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ନାଗରିକଙ୍କୁ ଅନୁରୋଧ କରାଯାଇଥିଲା ।
