ବେଗୁନିଆ : ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ । ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ । ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଆକାଶରେ ଉଜ୍ବଳ ଆଲୋକ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଲୋକ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରି ପୁଣି ମିଳେଇ ଯାଇଥିଲା । କିନ୍ତୁ ଆଲୋକର ରାସ୍ତାରେ ଧୂଆଁର ଦାଗ ରହିଥିଲା । ବାଲେଶ୍ବରରେ ହଠାତ ଏହି ଆଲୋକ ତଳୁ ଉପର ଦିଗକୁ ଗତି କରି କିଛି ସମୟ ପରେ ମିଳେଇ ଯାଇଥିଲା । ଯାହାକୁ ନେଇ ଲୋକଙ୍କ ଭିତରେ ବିଭିନ୍ନ ଚର୍ଚ୍ଚା । ଏହି ଆଲୋକ କଣ କିଛି ସ୍ପଷ୍ଟ ହୋଇନି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ କିଛି ପରୀକ୍ଷଣ ହୋଇଥିବା ଅନୁମାନ କରୁଛନ୍ତି ଲୋକେ । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଆଲୋକ ଦେଖିବାକୁ ମିଳିଥିବାରୁ ଏହାକୁ ନେଇ ରହସ୍ୟ ବଢ଼ିଛି । ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା ବେଗୁନିଆ ଆଦି ବିଭିନ୍ନ ଅଞ୍ଚଳରେ ଆକାଶରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଲୋକକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ୁଛି ।
