କେନ୍ଦୁଝର : ଟେବୁଲ୍ ଉପରେ ତାସ ଭଳି ପଡ଼ିଥିବା ମାଳମାଳ କାର୍ଡ କୌଣସି ସାଧାରଣ କାର୍ଡ ନୁହେଁ । ଇଏ ହେଉଛି ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ। ଗୋଟେ କି ଦୁଇଟି ନୁହେଁ ଦୁଇଶହ ବତିଶଟି ଡେଭିଟ ଓ କ୍ରେଡିଟ କାର୍ଡ ଜବତ୍ କରିଛି ଟାଉନ ପୋଲିସ। ଏହି କାର୍ଡ ଗୁଡିକ ସାହାଯ୍ୟରେ ବୟସ୍କ ବୃଦ୍ଧ ଓ ବୃଦ୍ଧା ଏଵଂ ନୀରିହ ସରଳ ଲୋକଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଅନ୍ୟ ଏଟିଏମ୍ ରୁ ଲୁଟ୍ ହେଉଥିଲା । ଏହି ଘଟଣା ସାମ୍ନା କୁ ଆସିବା ପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥଲା। ସେବେଠାରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ପରେ ଜଣାପଡ଼ିଲା କଟକ ଜିଲ୍ଲା ନେମାଳର ବଳରାମ ସାହୁ ଏହି ଏଟିଏମ୍ ଲୁଟ୍ ଗ୍ୟାଙ୍ଗର ମୁଖ୍ୟ ଓ ଚାରି ଜଣ ମିଶି ଏହି ଗ୍ୟାଙ୍ଗକୁ ଚଳାଉଛନ୍ତି ।
ପୋଲିସ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଏହି ଗ୍ୟାଙ୍ଗର ସମସ୍ତ ଚାରି ଜଣକୁ ଗିରଫ କରିବାର ସଫଳ ହୋଇଛି । ଏମାନେ ହେଲେ କଟକ ନେମାଳର ବଳରାମ ସାହୁ ମୁଖ୍ୟ ଅଭିଯୁକ୍ତ, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପାଣି ଓ କେନ୍ଦ୍ରାପଡ଼ା ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଏମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଠକେଇ କରିଛନ୍ତି । ଏମାନଙ୍କ ନାଁ ରେ ରାଜ୍ୟ ର ବିଭିନ୍ନ ଥାନାରେ ଶହେ ରୁ ଉର୍ଦ୍ଧ୍ବ ମାମଲା ରହିଛି । ଗିରଫ ସମୟରେ ଏମାନଙ୍କ ନିକଟରୁ ୨୩୨ ଟି ଏଟିଏମ୍ କାର୍ଡ, ୯ ଟି ମୋବାଇଲ, ୧୨ହଜାର ଟଙ୍କା ଓ ଏକ ମାରୁତି ଫୋନିକ୍ସ କାର ଟାଉନ ପୋଲିସ ଜବତ୍ କରିଥିବା ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ।
