ଭୁବନେଶ୍ୱର : କନ୍ଧମାଳ ରୁ ଝାରଖଣ୍ଡ ଗଞ୍ଜେଇ ଚାଲାଣ। ଭୁବନେଶ୍ୱର ବାଙ୍କୁଆଳରୁ କାବୁ କଲା ଏସଟିଏଫ।ଦେଢ କୋଟିର ଗଞ୍ଜେଇ ଚାଲାଣ ବେଳେ ଧରିଲା ଏସଟିଏଫ। ଗୋଟିଏ ବୋଲେରୋ ସହ ଦୁଇ ଅଭିଯୁକ୍ତ ଗିରଫ। ଦୁଇ କୁଇଣ୍ଟାଲ ୬୩କେଜି ଗଞ୍ଜେଇ ଜବତ କରିଛି ଏସଟିଏଫ। ଏନେଇ ଦୁଇ ଅଭିଯୁକ୍ତ ନରସିଂହ ଦିଗଲ, ମୃତ୍ୟୁଞ୍ଜୟ ଦିଗଲକୁ ଗିରଫ କଲା ଏସଟିଏଫଟିମ୍। ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ନେଇ ଟ୍ରାକ କରୁଥିଲା ଏସଟିଏଫ। ଏନେଇ କନ୍ଧମାଳରୁ ଗଞ୍ଜେଇ ଆଣି ଝାରଖଣ୍ଡ ଚାଲାଣ ବେଳେ ବଡଗଡ ଥାନା ବାଙ୍କୁଆଳ ନିକଟରେ ସେମାନଙ୍କୁ ପିଛା କରି କାବୁ କରିଛି ଏସଟିଏଫ ଟିମ୍।
