ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ । ଲୋକ କଲ୍ୟାଣ ମାର୍ଗରେ ବିରୋଧୀ ଦଳର ପ୍ରତିବାଦ ବେଳେ ଲୋକସଭା ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ଅନ୍ୟ ବିରୋଧୀ ନେତା ଓ ସମର୍ଥକଙ୍କ ସହ ପ୍ରତିବାଦ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରତିବାଦର କାରଣ ଏବଂ ଅଟକ ରଖାଯିବା ସମ୍ପର୍କରେ ଦିଲ୍ଲୀ ପୁଲିସ ପକ୍ଷରୁ ତୁରନ୍ତ କୌଣସି ସରକାରୀ ବିବୃତ୍ତି ଜାରି ହୋଇନାହିଁ। ତେବେ ଘଟଣାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।.ଛାତ୍ରଙ୍କ ଆନ୍ଦୋଳନ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ଆଗରେ ଜୋରଦାର ବିକ୍ଷୋଭ କରିଥିଲା। ଛାତ୍ରଙ୍କ ଉପରେ ପୋଲିସ ବର୍ବରତା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ।
