ଆନନ୍ଦପୁର : ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଯୋଗଦେଲେ ଶତାଧିକ ଦିବ୍ୟାଙ୍ଗ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ଗରିବ ଦିବ୍ୟାଙ୍ଗ ପରିବାର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଯାଇ ପାରୁନଥିବାରୁ ସରକାରଙ୍କ ପକ୍ଷରୁ ସେମାନଙ୍କ ସୁବିଧା ନିମନ୍ତେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଉଛି । ଆନନ୍ଦପୁର ବିଡିଓ ମନୋଜ କୁମାର ମହାନ୍ତ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଦିବ୍ୟାଙ୍ଗ ଚି଼ହ୍ନଟ ନିମନ୍ତେ ୫ଜଣ ଅଭିଜ୍ଞ ଡାକ୍ତର ନିୟୋଜନ ହୋଇଥିଲେ ।
