ମୁମ୍ବାଇ:ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ଆରମ୍ଭ ହେବା ପୂର୍ବରୁ ଏହାର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଇସ୍ତଫା ଦେଇଛନ୍ତି। ନିଯୁକ୍ତିର ନବୀକରଣ ବିଷୟରେ ବିଚାର ନ କରିବାକୁ ସେ ବୋର୍ଡଙ୍କୁ ଜଣାଇଛନ୍ତି। ଏୟାର ଇଣ୍ଡିଆର ପୁନରୁଦ୍ଧାର କରିବାରେ ବିଫଳତା ଓ ଅନ୍ୟ କେତେକ ବ୍ୟବସାୟର ପ୍ରଦର୍ଶନ ଆଶନୁରୂପ ରହି ନଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ବୋର୍ଡ ସନ୍ତୁଷ୍ଟ ନ ଥିଲା। ସେଥିପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଉନଥିଲା। କୌଣସି ଅପ୍ରୀତିକର ସ୍ଥିତି ସାମନା କରିବା ପୂର୍ବରୁ ଚନ୍ଦ୍ରଶେଖରନ ନିଜ ଆଡୁ ଇସ୍ତଫା ଦେଇଛନ୍ତି। ଏଥି ସହିତ ତାଙ୍କ ଉତ୍ତରାଧିକାରୀ ଚୟନ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ସେ ବୋର୍ଡଙ୍କୁ ଜଣାଇଦେଇଛନ୍ତି।
