ଜଳେଶ୍ବର : ଭାରସାମ୍ଯ ହରାଇ ଓଲଟିଲା ଶ୍ରମିକ ନେଇ ଯାଉଥିବା ପିକଅପ ଭ୍ଯାନ୍। ୧୫ ରୁ ଉର୍ଦ୍ଧ ଶ୍ରମିକ ଗୁରୁତର ଓ ଜଣେ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ଯ ରାଜପଥର ତାଳବଣିଆ ଛକରେ ଘଟିଛି ଦୁର୍ଘଟଣା । ଗୁରୁତର ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗାଡ଼ିରେ ୫୦ରୁ ଉର୍ଦ୍ଧ ଶ୍ରମିକ ଦୈନିକ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଅତ୍ୟଧିକ ଯାତ୍ରୀ ବୋଝେଇ ହୋଇଥିବାରୁ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଜଳେଶ୍ବର ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ପିକ୍ଅପ୍ ଗାଡ଼ିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଛି ।
