ବୈଶିଙ୍ଗା: ପ୍ରବଳ ବର୍ଷାକୁ ନେଇ ନେଇ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍କୁ ଛୁଟିଘୋଷଣା କରିଛନ୍ତି ମୟୂରଭଞ୍ଜଜିଲ୍ଲା ଶିକ୍ଷା ଅଧିକାରୀ। ଆଜି (୧୪ ତାରିଖ) ଜିଲ୍ଲାର ଅଙ୍ଗନବାଡ଼ି ସହ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଯାଏ କ୍ଲାସ୍ ବନ୍ଦ ରହିବ। ତେବେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘୋଷଣା କରାଯାଇଛି।ସୂଚନାଯୋଗ୍ୟ, ଗତ ୮ ତାରିଖରେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ରେଡ୍ ୱାର୍ନିଂ ରହିଥିବା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କରିଥିଲେ ମୟୂରଭଞ୍ଜ ଜିଲ୍ଲାପାଳ।
ଆଜି ସକାଳୁ ମଧ୍ୟ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଆକାଶ ମେଘୁଆ ରହିଛି।
