ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ତା୧୬.୮.୨୦୨୬ରିଖ, ରବିବାର,ହିନ୍ଦୁ ଏକତା ମଞ୍ଚ ଦ୍ବାରା ଆୟୋଜିତ ଭାରତ ରତ୍ନ ରାଷ୍ଟ୍ର ନାୟକ ଅଟଳ ବିହାରୀ ବାଜପେୟୀଙ୍କ ୮ମ ଶ୍ରାଦ୍ଧବାର୍ଷିକ ଦିବସକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣର ପର୍ବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ବକ୍ତା ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ଅତିଥି ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ,ସମ୍ମାନନୀୟ ଅତିଥି ଭାବେ ଡକ୍ଟର ରବିନାରାୟଣ ବେହେରା ସାଂସଦ ଯାଜପୁର ଓ ସୁଜିତ କୁମାର ରାଜ୍ୟସଭ ସାଂସଦ ଉପସ୍ଥିତ ରହି ଅଟଳଜୀ ଙ୍କ ଶୃତି ଚରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟ ସମ୍ମାନନୀୟ ଅତିଥି ଭାବେ ବାବାଜୀ ବିଶ୍ଵନାଥ ଦାସ, ସନ୍ନ୍ୟାସୀନି ଅରୁନ୍ଧତୀ ଦେବୀ, ଗୁରୁ କଲ୍ୟାଣ ମହାପାତ୍ର (ମୁଖ୍ୟ ସମ୍ପାଦକ ସମୟ,) ଡକ୍ଟର (ପ୍ରଫେସର) ବିଷ୍ଣୁପ୍ରିୟା ଓତା, ଡକ୍ଟର ପବିତ୍ର ମୋହନ ସାମନ୍ତରାୟ( ମୁଖ୍ୟ ଉପଦେଷ୍ଟା ହିନ୍ଦୁ ଏକତା ମଞ୍ଚ )ତଥା ପର୍ଯ୍ୟବେକ୍ଷକ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ , ଡଃ ନିରଞ୍ଜନ ସାହୁ ଡକ୍ଟର ସୁରେନ୍ଦ୍ର ମୋହନ ମିଶ୍ର ପ୍ରଭୃତି ଉପସ୍ଥିତ ରହି ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଭୁବନେଶ୍ୱର ସହର ର ପ୍ରାୟ ୨୧ ଟି ବିଦ୍ୟାଳରୁ ୪୨ ଛାତ୍ର ଛାତ୍ରୀ, ଯେଉଁମାନେ କି ଦଶମ ପରୀକ୍ଷାରେ A1 ରେ ଉତ୍ତୀର୍ଣ ହୋଇଥିଲେ ସେମାନଙ୍କୁ ଅତିଥି ମାନେ ସାର୍ଟିଫିକେଟ ଓ ଗୀତା ବହି ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ କର କମଳରେ ଅଟଳ ଦର୍ଶନ ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ସୁଶ୍ରୀ ଚନ୍ଦ୍ର କାନ୍ତି ମହାନ୍ତି ଙ୍କୁ ସଂଗୀତ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଉକ୍ତ ସଭାରେ ହିନ୍ଦୁ ଏକତା ମଞ୍ଚର ରାଜ୍ୟ ସଭାପତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ପ୍ରଦୀପ୍ତ କୁମାର ଜେନା ସଭାପତିତ୍ୱ କରିଥିଲେ ଓ
ଡାକ୍ତର ପ୍ରଭାତ କୁମାର ସାହୁ,ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଭିଭିନ୍ନ ଜିଲ୍ଲା ର ସଭାପତି ଯଥା ଶ୍ରୀ ନରେନ ଜେନା, ସଭାପତି ଯାଜପୁର,ଡଃ ଚିନ୍ତାମଣି ମିଶ୍ର,ସଭାପତି ଖୋର୍ଦ୍ଧା ଜିଲ୍ଲା ଡଃ ଲକ୍ଷ୍ମୀ ପ୍ରସାଦ ମିଶ୍ର,ସମ୍ପାଦକ ଭୁବନେଶ୍ୱର ସୁରଜିତ ମହାନ୍ତି, ଉପସଭାପତି ଭୁବନେଶ୍ୱର ସୁଶୀଲ ପାଲ୍ ରାଜ୍ୟ ସଂଯୋଜକ ରବିନାରାୟଣ ସାହୁ ସମ୍ପାଦକ ଢେଙ୍କାନାଳ ଜିଲ୍ଲା ଡକ୍ଟର ପଦ୍ମ ଲୋଚନ ନାୟକ ( ସଭାପତି କଟକ ଜିଲ୍ଲା )ସୁରେଶ ଚୌଧୁରୀ (ସଭାପତି ଜଗତସିଂହପୁର ଜିଲ୍ଲା) ଦେବବ୍ରତ ପଟ୍ଟନାୟକ (ସଭାପତି,ପୁରୀ ଜିଲ୍ଲା )ଶ୍ରୀ ପୀତବାସ ବାରିକ ସଂସ୍ଥାପକ ସଦସ୍ୟ ଅକ୍ଷୟ କୁମାର ସାହୁ ଆଜୀବନ ସଦସ୍ୟ ତେଜପାଲ ଧେନୁକା କାର୍ଯ୍ୟକାରୀ ସଭାପତି କଟକ ଜିଲ୍ଲା ଅଗଣି ନାୟକ ଉପସଭାପତି କଟକ ଜିଲ୍ଲା ପ୍ରଫେସର ଆଦିତ୍ୟ ପ୍ରତାପ ଧଳ ଉପଦେଷ୍ଟା ସୁନିତ ମୁଣ୍ଡ ବ୍ରଜ କିଶୋର ନାୟକ ରୋଜାଲିନି ବସ୍ତିଆ ବ୍ରଜ କିଶୋର ଜେନା ଡାକ୍ତର ଅକ୍ଷୟ କୁମାର ମିଶ୍ର ଶରତ ଚନ୍ଦ୍ର ସ୍ୱାଇଁ ରବି ନାରାୟଣ ମହାପାତ୍ର ଆଜୀବନ ସଦସ୍ୟ ରବି ନାରାୟଣ ସ୍ୱାଇଁ ରତିକାନ୍ତ ବରାଳ ଅରୂପାନନ୍ଦ ସ୍ୱାଇଁ,ରେଣୁବାଳା ରାଉତ ଜୟନ୍ତ କୁମାର ଦାସ ଏବଂ ହିନ୍ଦୁ ଏକତା ମଞ୍ଚର ବହୁ ଅଧ୍ୟାପକ ଅଧ୍ୟାପିକା, ସନ୍ନ୍ୟାସୀ, ଜ୍ଞାନୀ ଗୁଣୀ ଉପସ୍ଥିତ ରହି ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉକ୍ତ ସଭାରେ ମଞ୍ଚ ପରିଚାଳନାର ଗୁରୁଦାୟିତ୍ବ ଅକ୍ଷୟ ସ୍ବାଇଁ ଓ ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ଜିଲ୍ଲା ସଂଯୋଜିକା ଖୋର୍ଦ୍ଧା ବହନ କରିଥିଲେ।
