ଚାନ୍ଦବାଲି : ବିପଦପୂର୍ଣ୍ଣ ଭାବେ ବନ୍ୟା ପାଣିରେ ପଶି ଆରଡ଼ି ଆସୁଛନ୍ତି ବୋଲବମ ଭକ୍ତ । ବନ୍ୟା ପାଣିରେ ଉବୁଟୁବୁ ଚାନ୍ଦବାଲି ବ୍ଲକର ଆରଡ଼ି । ଦୁଇ ଦିନ ହେଲାଣି ବନ୍ୟା ପାଣି ଜମି ରହିଛି ବିଭିନ୍ନ ସ୍ଥାନରେ । ତେବେ ଆଜି ରବିବାର ଆସନ୍ତାକାଲି ଶ୍ରାବଣ ସୋମବାର । ବାବାମଣୀଙ୍କୁ ଜଳଲାଗି କରିବାକୁ ଆରଡ଼ି ମୁଆଁ ଘୋଷରାରେ ବିପଦପୂର୍ଣ୍ଣ ଭାବେ ବନ୍ୟା ପାଣିରେ ପଶି ଆସୁଛନ୍ତି ବୋଲବମ ଭକ୍ତ । ପ୍ରଶାସନ ତରଫରୁ ଭକ୍ତଙ୍କ ସୁରକ୍ଷା ପାଇଁ କିଛି ସୁବନ୍ଦୋବସ୍ତ କରାଯାଇନଥିବା ଅଭିଯୋଗ ହୋଇଛି । ଘୋଷରାରେ ତିନି ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିବା ବେଳେ ଏହି ବନ୍ୟା ପାଣିରେ ନିଜ ଜୀବନକୁ ବାଜି ଲଗାଇ ବୋଲବମ ଭକ୍ତ ଅସୁଥୁବାର ଦେଖିବାକୁ ମିଳିଛି ।
