ଛତ୍ରପୁର : ଖଣ୍ଡେ ଚାକିରି ଟିଏ ମିଳିଯିବ ଭାବି ଶିକ୍ଷତ ଯୁବକ/ଯୁବତୀ ମାନେ ବିଭିନ୍ନ ପ୍ରଲୋଭନ ସମେତ ଠକେଇ ଶିକାର ହୋଇ ନିରାଶ ହୋଇଥାନ୍ତି । ଖବର କାଗଜରେ ନିଯୁକ୍ତିର ବିଜ୍ଞାପନ ଦେଇ ବେକାର ଯୁବକ/ଯୁବତୀ ମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ । ଏକ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ । ଏହି ଘଟଣାରେ ଭଦ୍ରକ ଜିଲ୍ଲା ଧୁଷୁରି ଥାନା ଅଧିନ ପଞ୍ଚାନନ ପଣ୍ଡାକୁ ଗିରଫ କରିଛି । ଗିରଫ ପରେ ତାଠାରୁ ୪ଟି ମୋବାଇଲ ଫୋନ, ୨୬ଟି ବ୍ଲାଙ୍କ ନିଯୁକ୍ତି ପତ୍ର, ୬୧ଟି ଦେଇଥିବା ଜାଲ ନିଯୁକ୍ତିପତ୍ର, ୨୫ଟି ଚାକିରି ପ୍ରାର୍ଥୀଙ୍କ ଜାଲ ପରିଚୟ ପତ୍ର, ୨ଟି ଅଭିଯୁକ୍ତଙ୍କ ନିଜସ୍ୱ ପରିଚୟ ପତ୍ର, ୯ଟି ବିଜ୍ଞାପନ ଟେଲରପ୍ୟାଡ, ୯ଟି ମୋବାଇଲ ସିମ, ୬ଟି ଏସବିଆଇ ଓ ୟୁକୋ ବ୍ୟାଙ୍କର ବ୍ୟାଙ୍କ ପାସବୁକ, ୨ଟି ଏଟିଏମକାର୍ଡ, ଚାକରି ପ୍ରାର୍ଥୀଙ୍କ ବାୟୋ ଡାଟାଥିବା ନୋଟବୁକ ୨ଟି, ଚିକିରି ପ୍ରାର୍ଥୀଙ୍କ ୮ଟି ପାସ ଫୋଟ ଜବତ ହୋଇଛି ।
ଏହା ସେ ଦୁଇ ବର୍ଷ ହେଲା ଏହି କାମ କରି ଆସୁଥିବା କୁହାଯାଇଛି । ଆନୁମାନିକ ୫୦ଲକ୍ଷରୁ ଉର୍ଦ୍ଧ ଠକେଇ ହୋଇଥିବା ଗଞ୍ଜାମ ଏସପି ହରିଶ ବିଶି । ଆଜି ଛତ୍ରପୁର ଆରକ୍ଷୀ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଗିରଫ ପରେ ରିମାଣ୍ଡରେ ଅଣଯିବ ବୋଲି ଏସପି କହିଥିଲେ । ଅଭିଯୁକ୍ତଙ୍କ ଧୁସୁରୀ ଥାନାରେ ମଧ୍ୟ ଠକେଇ ଅଭିଯୋଗ ମାମଲା ରହିଛି । ଛତ୍ରପୁରର ଯୁବକ ଦେବୀ ପ୍ରସାଦ ଦାସ ବ୍ୟାଙ୍କରେ ଚାକିରି ପାଇବା ନେଇ ଖବର କାଗଜରେ ବିଜ୍ଞାପନ ପଢି ଏହି ଠକେଇର ଶିକାର ହୋଇଥିଲେ । ସେ ୫ଟି କିସ୍ତିରେ ୫୦ହଜାର ଟଙ୍କା ଦେଇଥିଲେ । ପରେ ଏହା ଫେକ ଜାଣିବା ପରେ ଛତ୍ରପୁର ଥାନାରେ ୨୮ଜୁନ ୨୦୨୫ରେ ଏତଲା ଦେଇଥିଲେ । ଅଭିଯୁକ୍ତ ପଞ୍ଚାନନ ପଣ୍ଡା ଟଙ୍କା ପାଇବା ପରେ ଫୋନ ନମ୍ବର ବନ୍ଦ କରି ଠିକଣା ବଦଳାଉଥିଲା । ଯାହାକି ପୋଲିସ ଧରିବା ପାଇଁ ମୁସକିଲ ହେଉଥିଲା । ଶେଷରେ ଛତ୍ରପୁର ଏସଡିପିଓ ଓ ଥାନା ଅଧିକାରୀ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଧରିବାରେ ସଫଳ ହୋଇଥିଲେ।
