କଟକ : ଗଞ୍ଜେଇ ଚାଲାଣ ଅଭିଯୋଗରେ ପଞ୍ଜାବ ଲୁଧିଆନାର ଦୁଇ ଯୁବକ ଗିରଫ । ୬୦ କେଜି ଗଞ୍ଜେଇ ଜବତ୍ କଲା ଅବକାରୀ ଫ୍ଲାଇଙ୍ଗ ସ୍ୱାଡ୍ ୟୁନିଟ ୱାନ କଟକ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସୁମନ ମୁଣ୍ଡା ଛକ ନିକଟରୁ ଜବତ୍ କଲା ଅବକାରୀ ଟିମ୍ । ଏକ ପିକଅପ ଭ୍ୟାନରେ ଚାଲାଣ ବେଳେ ଧରିଲା ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷରୁ ଅଧିକ। କଣ୍ଟାମାଳରୁ ପଞ୍ଜାବ ଲୁଧିଆନାକୁ ଚାଲାଣ ପାଇଁ ଯାଉଥିଲା ଗଞ୍ଜେଇ। ପଞ୍ଜାବ ଲୁଧିଆନା ଜିଲ୍ଲା ଶିମଲାପୁରୀ ଥାନା ଅର୍ନ୍ତଗତ ସତଗୁରୁ ନଗର ଅଞ୍ଚଳର ଅନିକେତ ଓ ଜସଦୀପ ସିଂ ଗିରଫ। ଉଭୟଙ୍କ ବୟସ ୨୪ ବର୍ଷ ହୋଇଥିବା ଜଣାପଡିଛି ।
