ଭୁବନେଶ୍ବର : ପନିର ନୁହେଁ ପଏଜନ । ମାର୍କେଟ ସାରା ବିଷ ପନିର। ଭୁବନେଶ୍ବରରେ ଏକ ମଲରେ ଚଢାଉ ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍ ରେଡ୍ କରି ଥିଲା। ଅପମିଶ୍ରଣ ଜଣାପଡ଼ିବା ପରେ ମଲରେ ଥିବା ରେଷ୍ଟୁରାଣ୍ଟରେ ଚାଲିଛି ଯାଞ୍ଚ। ଗତକାଲି କଟକ ଓ ବ୍ରହ୍ମପୁରରେ ଚଢାଉ କରାଯାଇ ବିପୁଳ ପରିମାଣର ପନିର ନଷ୍ଟ କରାଯାଇଥିଲା।
କଟକରେ ପ୍ରାୟ ୭୦ କ୍ୱିଣ୍ଟାଲ ଭେଜାଲ ପନିର ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଅପମିଶ୍ରିତ ଛେନା ଓ ପନିର ବିକ୍ରି ନେଇ ଚଢାଉ, ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ଜଣାପଡିଲା । ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର, ଛେନାକୁ ନେଇ ବଡ଼ ରେଡ୍ । କଟକ ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍। ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗରେ ହୋଇଛି ରେଡ୍।
ରାଜଧାନୀର ବିଭିନ୍ନ ହୋଟେଲ,ରେଷଟୁରାଣ୍ଟ ଚଢାଉ କରିଛି ଖାଦ୍ୟସୁରକ୍ଷା ବିଭାଗ। ଏପରିକି ପନିରରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ପରୀକ୍ଷା ବେଳେ ଧରା ପଡ଼ିଛି। କେଜି କେଜି ଛେନାକୁ ଡଷ୍ଟବିନରେ ଫିଙ୍ଗା ଯାଇଛି। ଅପମିଶ୍ରିତ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି।
