ଭୁବନେଶ୍ୱର ତା. : ୦୫/୦୯ ରିଖ : ଓଡ଼ିଶା ପ୍ରଦେଶ କମିଟି ସଭାପତି ଭକ୍ତଚରଣ ଦାସ ଗଠନ କରିଥିବା ନୂତନ ପ୍ରଦେଶ କଂଗ୍ରେସ କମିଟିରେ ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳରୁ ଯୁବନେତା ସତ୍ୟବ୍ରତ ନାୟକ ସାଧାରଣ ସମ୍ପାଦକ ଭାବରେ ସ୍ଥାନ ପାଇଛନ୍ତି । ଏହା ପୂର୍ବରୁ ସତ୍ୟବ୍ରତ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ, ରାଜ୍ୟ ଛାତ୍ର କଂଗ୍ରେସର ଓ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ସଭାପତି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି । ଏବେ ସେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ସଂଗଠନ ସମ୍ପାଦକ, ରାଜ୍ୟ ଶାଖାର ଉପସଭାପତି, ନୟାଗଡ ଜିଲ୍ଲା ସଭାପତି ଏବଂ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ର ପ୍ରତିଷ୍ଠାତା ସଭାପତି ଭାବରେ ୩୦ ବର୍ଷରୁ ଅଧିକ ସମୟ ଧରି ଦଳୀୟ ସାଂଗଠନିକ ପଦ ପଦବୀରେ କାର୍ଯ୍ୟ କରିଆସୁଛନ୍ତି । ସମାଜସେବା ଓ ରାଜନୀତିରେ ବେଶ ଅଭିଜ୍ଞତା ହାସଲ କରିଥିବା ସତ୍ୟବ୍ରତଙ୍କୁ ପ୍ରଦେଶ କଂଗ୍ରେସ କମିଟିରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିବା ଦ୍ୱାରା ନୟାଗଡ-ରଣପୁର ଅଂଚଳରେ ସାଧାରଣ ଲୋକେ ଖୁସି ପ୍ରକଟ କରିଛନ୍ତି । କଂଗ୍ରେସ ଦଳର କାର୍ଯ୍ୟକର୍ତା ଓ କର୍ମୀମାନେ ରଣପୁର ଅଂଚଳରେ ସତ୍ୟବ୍ରତଙ୍କ ପାଇଁ ବେଶ ଉତ୍ସାହି ଅଛନ୍ତି । ଏହି ନିଯୁକ୍ତି ପାଇଁ ସତ୍ୟବ୍ରତ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭାର ବିରୋଧିଦଳର ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
