ନୂଆଦିଲ୍ଲୀ : ଇଣ୍ଡୋନେସିଆର ଜାଭାରେ ମଝି ସମୁଦ୍ରରେ ଜାହାଜ ନିଖୋଜ ଘଟଣାରେ ୬ ଜଣଙ୍କ ମ୍ତ୍ୟୁ ହୋଇଛି । ୯୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ରେସକ୍ୟୁ ଟିମ୍ । ଜାଭା ସମୁଦ୍ରରେ ୨୪୩ ଜଣଙ୍କୁ ନେଇ ଯାତ୍ରା କରୁଥିବା ଭିର୍ଗୋ ଟ୍ରାନ୍ସପୋର୍ଟ ୮ ନାମକ ଜାହାଜ ନିଖୋଜ ହୋଇ ଯାଇଥିଲା । ଏହି ଇଣ୍ଡୋନେସୀୟ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଖରାପ ପାଗ ଯୋଗୁଁ ଜାହାଜ ନିଖୋଜ ଥିଲା । ଜାହାଜରେ ଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ପିଟି ଭିର୍ଗୋ ୟୋଏଲ୍ ରିହି ନାମକ କମ୍ପାନୀ ଦ୍ୱାରା ପରିଚାଳିତ ଏହି ଯାତ୍ରୀବାହୀ ଜାହାଜଟି ଶନିବାର ସକାଳ ୧୦ଟା୧୩ ରେ ପୂର୍ବ ଜାଭାର ସୁରାବାୟାରୁ ଦକ୍ଷିଣ କାଲିମାନ୍ତନର ଅଭିମୁଖେ ବାହାରିଥିଲା । ଭିର୍ଗୋ ଟ୍ରାନ୍ସପୋର୍ଟ-୮ ଜାହାଜ ୨୪୧ ଜଣ ଯାତ୍ରୀଙ୍କୁ ନେଇ ଦକ୍ଷିଣ କାଲିମଣ୍ଟାନ ପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଜାହାଜଟି ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରାବାୟାରୁ ପୂର୍ବ ଜାଭା ପ୍ରଦେଶର ବଞ୍ଜାରମାସିନ୍ ସହରକୁ ଯାତ୍ରା କରୁଥିଲା । ଆଜି ପ୍ରାୟ ୨ଟା ବେଳେ ପ୍ରବଳ ଝଡ଼ବର୍ଷା ଯୋଗୁଁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହାର ପ୍ରାୟ ଦୁଇ ଘଣ୍ଟା ପରେ ଉଦ୍ଧାରକାରୀ ଦଳକୁ ସୂଚନା ଦିଆଯାଇଥିଲା ।
ଉଦ୍ଧାରକାରୀ ଦଳର ସୂଚନା ଅନୁସାରେ, ଜାହାଜ ନିଖୋଜ ସମୟରେ ସମୁଦ୍ରରେ ପ୍ରାୟ ୨.୫ ମିଟର ଉଚ୍ଚର ପ୍ରବଳ ଲହଡ଼ି ଆସୁଥିଲା । ଉଦ୍ଧାର ପାଇଁ ଆଉ ଏକ ଜାହାଜ ଏବଂ ଏକ ହେଲିକପ୍ଟରକୁ ସେହି ସ୍ଥାନକୁ ପଠାଯାଇଛି । ସ୍ଥାନୀୟ ସାମୁଦ୍ରିକ ସଂସ୍ଥାଗୁଡ଼ିକ ମିଳିତ ଭାବେ କାମ କରୁଛନ୍ତି । କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
