ନୂଆଦିଲ୍ଲୀ : India and Pakistan Navies collide ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଚାଲିଥିବା ଉତ୍ତେଜନା ଭିତରେ ସମୁଦ୍ରରେ ଦୁଇ ଦେଶର ନୌସେନା ମୁହାଁମୁହିଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଏକ ନୌସେନା ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ ଯୁଦ୍ଧପୋତ ସାମ୍ନାକୁ ଆସିଛି । ସାମୁଦ୍ରିକ ଅଞ୍ଚଳରେ ଭାରତ ଓ ପାକିସ୍ତାନର ନୌସେନା ମଧ୍ୟରେ ସାମ୍ନାସାମ୍ନି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଦେଶର ସାମୁଦ୍ରିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଥିବା ବେଳେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ମଧ୍ୟ ତତ୍ପରତା ବଢ଼ିଛି । ଏହା ପରେ ଭାରତ ପାକିସ୍ତାନର ହାଇ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିବା ଜଣାପଡ଼ିଛି।
ଦିଲ୍ଲୀରେ ପାକିସ୍ତାନ ହାଇ କମିଶନର ଚାର୍ଜ ଦି ଆଫେୟାର୍ସଙ୍କୁ ଡକାଇବା ପରେ ସମ୍ପୃକ୍ତ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି ଯେ, ସମସ୍ତ ସାମରିକ ୟୁନିଟ୍ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାର ବ୍ୟବସ୍ଥାକୁ ସମ୍ମାନ ଦେବା ଉଚିତ୍ । ପାକିସ୍ତାନ ହାଇ କମିଶନ ଚାର୍ଜ ଡି ଆଫେୟର୍ସଙ୍କୁ ଦିଲ୍ଲୀରେ ତଲବ କରିବା ପରେ ପରାମର୍ଶ ଦିଆଯାଇଛି ।
ଘଟଣାଟି ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିବାରୁ ଏହାକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି। ଭାରତୀୟ ପକ୍ଷରୁ କୁହାଯାଇଛି ଯେ ଏଭଳି ସାମୁଦ୍ରିକ ଘଟଣାକୁ ଏଡ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ୧୯୯୧ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ‘Advance Notice on Military Exercises, Manoeuvres and Troops Movements’ ଚୁକ୍ତିର ଧାରା-୧୦ରେ ଅନ୍ତର୍ଜାତୀୟ ଜଳରେ ଦୁଇ ଦେଶର ନୌସେନା ଜାହାଜ ଓ ବୁଡ଼ାଜାହାଜ ପରସ୍ପରଠାରୁ ଅତି କମ୍ରେ ୩ ନଟିକାଲ୍ ମାଇଲ୍ ଦୂରତା ରଖିବାର ବ୍ୟବସ୍ଥା ରହିଛି ।
ଭାରତ-ପାକିସ୍ତାନ ସମ୍ପର୍କରେ ସାମରିକ ଓ କୂଟନୈତିକ ମଧ୍ୟରେ ସମୁଦ୍ର କ୍ଷେତ୍ରରେ ନୌସେନାର ଭୂମିକା ଉପରେ ମଧ୍ୟ ନଜର ରହିଛି । ୨୦୨୫ରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଭାରତୀୟ ନୌସେନା ଆରବ ସାଗରରେ ନିଜର ପ୍ରସ୍ତୁତି ବଢ଼ାଇଥିବା ନେଇ ରିପୋର୍ଟ ଆସିଥିଲା । ଏହି ପରିସ୍ଥିତିରେ ସମୁଦ୍ରରେ ଦୁଇ ଦେଶର ନୌସେନା ମଧ୍ୟରେ କୌଣସି ଘଟଣା ଘଟିଲେ ତାହାର ପ୍ରଭାବ କେବଳ ସାମରିକ କ୍ଷେତ୍ରରେ ସୀମିତ ନ ରହି କୂଟନୈତିକ ସମ୍ପର୍କ ଉପରେ ମଧ୍ୟ ପଡ଼ିପାରେ ।
