ଭୁବନେଶ୍ୱର, —ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ନେଇ ଗଠିତ ସାମାଜିକ ଅନୁଷ୍ଠାନ ‘ପ୍ରୟାସ ଓ ପରିବର୍ତ୍ତନ’ର ଏକାଦଶତମ ପ୍ରତିଷ୍ଠା ଦିବସ ଭୁବନେଶ୍ବରସ୍ଥିତ ରେଡ୍ କ୍ରସ୍ ଭବନଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପ୍ରଫେସର (ଡଃ) ଏସ୍. ପି. ଦାଶ ମୁଖ୍ୟ ଅତିଥୁ, ଶ୍ରୀ ଜଗଦାନନ୍ଦ ମୁଖ୍ୟ ବକ୍ତା ଏବଂ ଶ୍ରୀ ଏସ୍. ଭି. ଦଲାଲ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ଗତ ଏଗାର ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ଅନାଥାଶ୍ରମ ଓ ବୃଦ୍ଧାଶ୍ରମ ପରିଦର୍ଶନ, ଖାଦ୍ୟ, ପୋଷାକ ଓ ଶିକ୍ଷା ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି। ବନ୍ୟା ଓ କୋଭିଡ୍ ମହାମାରୀ ସମୟରେ ଅନ୍ୟାନ୍ୟ ସଂସ୍ଥା ସହ ମିଶି ପ୍ରଭାବିତ ଲୋକଙ୍କୁ ସହାୟତା ମଧ୍ୟ ପ୍ରଦାନ କରିଛି। ଏହା ସହିତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ବ୍ୟବହାର ଶିଖାଇବା ଭଳି ପଦକ୍ଷେପ ମଧ୍ଯ ଅନୁଷ୍ଠାନର ସଦସ୍ୟମାନେ ଗ୍ରହଣ କରିଛନ୍ତି।
ଏହି ଅବସରରେ ଓଡ଼ିଆ ସଙ୍ଗୀତ ଓ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁପରିଚିତ କଣ୍ଠଶିଳ୍ପୀ ଶ୍ରୀ ତାନସେନ ସିଂହ, ଓଡ଼ିଆ ସାହିତ୍ୟର ସମୃଦ୍ଧି ଓ ପ୍ରଚାର ପ୍ରସାର ପାଇଁ ଡଃ ରଘୁନାଥ ମେହେର, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବିଜୟ କୁମାର ଜେନା, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ସମାଜର ବିକାଶ ପାଇଁ ଶ୍ରୀମତୀ କୁମ୍ଭୀ ପ୍ରଧାନ, ଅସହାୟ ଓ ନିରାଶ୍ରୟ ଲୋକଙ୍କ କଲ୍ୟାଣ ତଥା ଉନ୍ନତି ପାଇଁ ନିଃସ୍ବାର୍ଥପର ସେବା ନିମନ୍ତେ ଶ୍ରୀ କୈଳାଶ ଚନ୍ଦ୍ର ସାରଙ୍ଗୀ ଏବଂ ପାରମ୍ପରିକ ହସ୍ରଶିଳ୍ପର ପ୍ରୋତ୍ସାହନ ଓ ସଂରକ୍ଷଣ ପାଇଁ ଶ୍ରୀମତୀ ଝରଣା ମେହେରଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଏସହ ଅନୁଷ୍ଠାନ ପକ୍ଷରୁ ଭବିଷ୍ୟତର କାର୍ଯ୍ୟଯୋଜନା ଉପସ୍ଥାପନ କରାଯାଇଥିଲା। ଏଥିରେ ବର୍ଷାଜଳ ସଂରକ୍ଷଣ, ଘରୋଇ ବର୍ଜ୍ୟବସ୍ତୁ ପରିଚାଳନା, ଶୂନ୍ୟ-ବର୍ଜ୍ୟବସ୍ତୁ ଅଞ୍ଚଳ ଗଠନ, ସ୍ବାସ୍ଥ୍ୟ ସଚେତନତା ଓ ସମାଜର ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଔପଚାରିକ ସଭା ପରେ ଏକ ମନୋରଞ୍ଜନଧର୍ମୀ ସାଂସ୍କୃତିକ ଓ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏହି ଉତ୍ସବ ପୁଣିଥରେ ସମାଜ ପ୍ରତି ଅନୁଷ୍ଠାନର ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ସକାରାତ୍ମକ ପରିବର୍ତ୍ତନ ଆଣିବାର ସଂକଳ୍ପକୁ ଦୃଢ଼ କରିଥିଲା,
ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସତ୍ୟସାଇ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ସମ୍ପାଦକ ଶ୍ରୀ ଦିଲୀପ କୁମାର ସାହୁ, କୋଷାଧ୍ଯକ୍ଷ ଶ୍ରୀ ସତୀଶ କୁମାର ମହାନ୍ତି ଏବଂ ଟ୍ରଷ୍ଟି ସଦସ୍ୟ ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତ ସମ୍ମାନିତ ଅତିଥୁ, ସମ୍ବନ୍ଧିତ ପ୍ରତିଭା, ସଦସ୍ୟ, ପ୍ରାୟୋଜକ ଓ ଶୁଭେଚ୍ଛୁମାନଙ୍କର ମୂଲ୍ୟବାନ ସହଯୋଗ ପାଇଁ ଅନୁଷ୍ଠାନ ପକ୍ଷରୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା,ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ…
