ବ୍ୟାସନଗର, ୧୬.୧୧: ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ୍ ତରଫରୁ ସୋମବାର ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।
ସଂଘର ସଭାପତି ଶରତ ପଥାଳ*ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଟା *ହାରାଧନ ବାନାର୍ଜୀ ସାମ୍ବାଦିକମାନେ ନିଜର ସୁରକ୍ଷା ସହିତ ସମାଜ ସୁରକ୍ଷା ଦିଗରେ ବ୍ରତୀ ହୁଅନ୍ତୁ ବୋଲି କହିଥିଲେ।
ସାଧାରଣ ସମ୍ପାଦକ ଡା. ଚିନ୍ତାମଣି ପାଢ଼ୀ ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଆଜି ସାମ୍ବାଦିକମାନଙ୍କ ପାଇଁ ଏକ ପବିତ୍ର ଦିବସ ଓ ଏହାର ମର୍ଯ୍ୟାଦା ପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଦ୍ୟୁମ୍ନ କୁମାର ବୋଇତାଇ, ଯଜ୍ଞଦତ୍ତ ତ୍ରିପାଠୀ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ବିଜୟ କୁମାର ସାହୁ, ପବିତ୍ର ରଂଜନ ମହାନ୍ତି, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଞ୍ଜନ ରାଉତ, ଶ୍ରୀକାନ୍ତ ବ୍ରହ୍ମ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଶେଷରେ ସହ ସମ୍ପାଦକ ଭରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
