ଭୁବନେଶ୍ୱର, ସେପ୍ଟେମ୍ବର 14: ଓଡ଼ିଶା ଗଭର୍ନମେଣ୍ଟ କଲେଜ ଟିଚର୍ସ’ ଆସୋସିଏସନ୍ (OGCTA) ର 2025-27 ଅବଧି ପାଇଁ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କ ନିର୍ବାଚନ ସମଗ୍ର ରାଜ୍ୟର 76ଟି ସରକାରୀ କଲେଜ ବା ବୁଥ୍ ଗୁଡିକ ରେ 4 ସେପ୍ଟେମ୍ବର 2025 ତାରିଖରେ ସଫଳତାର ସହିତ ଅନୁଷ୍ଠିତ ହୋଇ ଯାଇଛି । ଏହି ନିର୍ବାଚନ ରେ 2000ରୁ ଅଧିକ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।
ନିର୍ବାଚନ ର ଫଳାଫଳ 12 ସେପ୍ଟେମ୍ବର 2025ରେ ଘୋଷଣା କରାଯାଇଛି । ଡ: ବିରଜାଶଙ୍କର ପଟ୍ଟନାୟକ ଅଧ୍ୟକ୍ଷ, , ଡ: ରତନ ଆଚାର୍ଯ୍ୟ ଉପାଧ୍ୟକ୍ଷ ,ଡ: ସଞ୍ଜୟ କୁମାର ଦତ୍ତ ମୁଖ୍ୟ ସଚିବ ଓ ଡ: ଜ୍ଞାନ ରଞ୍ଜନ ଦାସ ସଂଯୁକ୍ତ ସଚିବ ଓ ଶ୍ରୀ ଅରବିନ୍ଦ ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ, କେନ୍ଦ୍ରୀୟ ପରିଷଦ ସଦସ୍ୟ, ମଣ୍ଡଳୀୟ ଉପାଧ୍ୟକ୍ଷ ଓ ମଣ୍ଡଳୀୟ ସଚିବ ପାଇଁ 9 ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।
ନୂତନ କାର୍ଯ୍ୟନିର୍ବାହୀ ସଭ୍ୟମାନଙ୍କର ଶପଥ ଗ୍ରହଣ 14 ସେପ୍ଟେମ୍ବର 2025ରେ ଭୁବନେଶ୍ୱରର ଗୀତଗୋବିନ୍ଦ ସଦନର ଅଡିଟୋରିଅମ୍ ହଲରେ ଆୟୋଜିତ ହୋଇଯାଇଛି|
ଏହି ଶପଥ ସମାରୋହ ରେ ପୂର୍ବତନ ସମ୍ପାଦକ ନାରଣ ମହାନ୍ତି ଓ ଦେବାଶିଷ ମହାନ୍ତି ,ପୂର୍ବତନ ସଭାପତି ଡ: ପ୍ରଣତି ଦାସ ଓ ଡ: ମାନସ ବେହେରା ଏବଂ FM କଲେଜ ର ଅଧକ୍ଷ ଡ଼: ଦିନେଶ ଚନ୍ଦ୍ର ଉପସ୍ଥିତ ରହି ନବନିର୍ବାଚିତ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହିତ ମାର୍ଗଦର୍ଶନ କରିଥିଲେ|
ସଭା ପରିଚାଳନା କରିଥିଲେ ଡ଼: ସୁବ୍ରତ ସାମଲ, ଶପଥ ପାଠ କରିଥିଲେ ଡ଼:ବିଶ୍ୱଜିତ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ଼: ପଦ୍ମନାଭ ପତ୍ରୀ
। ସଂଗଠନର ସଂବିଧାନ ଅନୁସାରେ ଏହି ନିର୍ବାଚିତ ଦଳ ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିବେ ।
1946 ରୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ୱୀକୃତିପ୍ରାପ୍ତ OGCTA, ଓଡ଼ିଶାର ସରକାରୀ କଲେଜ ଶିକ୍ଷକମାନଙ୍କ ପ୍ରତିନିଧି ସଂଗଠନ ଭାବେ ପରିଚିତ। ଏହି ସଂଗଠନ ସରକାରୀ କଲେଜ ଶିକ୍ଷକମାନଙ୍କର ହିତସୁରକ୍ଷା କରିବା ସହିତ ରାଜ୍ୟର ଶିକ୍ଷାଗତ ଉନ୍ନୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସିଛି।
