ନୂଆଦିଲ୍ଲୀ: ଡାକ୍ତରୀ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା କିମ୍ବା ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବଢିଲା ଏମବିବିଏସ ଏବଂ ପିଜି ସିଟ୍ । ୫୦୨୩ଟି ଏମବିବିଏସ ଏବଂ ୫ ହଜାର ପିଜି ସିଟ୍ ବୃଦ୍ଧି ପାଇଲା । ଦେଶର ମେଡିକାଲ କଲେଜ, ପିଜି ସଂସ୍ଥାନ ଏବଂ ସରକାରୀ ହସ୍ପିଟାଲରେ ପିଏ ଏବଂ ୟୁଜି ସିଟ୍ ବଢାଇବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ସରକାରୀ ମେଡିକାଲ କଲେଜକୁ ମଜବୁତ ଏବଂ ଅତ୍ୟାଧୁନିକ କରିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ମେଡିକାଲ ସିଟ୍ ବୃଦ୍ଧି ନେଇ ମଞ୍ଜୁରୀ ମିଳିଛି ।
