ଭବାନୀପାଟଣା ୨୬/୯: ରାୟଗଡ଼ା ଜିଲ୍ଲା ଟିକିରୀ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାପ୍ରଣାୟ ଯାନ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ୟୁଆଇଏଲ ଖଣି ସିଏସଆର୍ ପକ୍ଷରୁ ସମ୍ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍କଳ ଆଲୁମିନା ଏହାର ସିଏସଆର୍ ଅନ୍ତର୍ଗତ ପାର୍ଶ୍ଵସ୍ଥ ଗ୍ରାମାଞ୍ଚଳରେ ଲୋକାଭିୁଖୀ ଜନକଲ୍ୟଣକାରୀ କାର୍ଯ୍ୟ ଜାରି ରଖିଛି। ଗ୍ରାମାଞ୍ଚଳରେ ଭିତ୍ତିଭୂମୀ ଉନ୍ନୟନ ତଥା କୌଶଳ ପ୍ରଶିକ୍ଷଣ ଜରିଆରେ ଜୀବିକା ପ୍ରଦାନ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ଏହି କ୍ରମରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା

ଯୋଗାଇବା ସକାଶେ କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକରେ ମହାପ୍ରଣାୟ ଯାନ ୟୁଏଆଇଏଲ ତରଫରୁ ବ୍ଲକ ପ୍ରଶାସନ ଜରିଆରେ ଥୁଆମୁଲ୍ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରାଯାଇଛି। ଉକ୍ତ ବ୍ଲକରେ ପ୍ରାଣହାନୀ ଘଟିଥିବା କୌଣସି ବ୍ୟକ୍ତିଙ୍କ ମର ଶରୀରକୁ ପରିବହନ ପାଇଁ ଏହା ନିଶୁଳ୍କ ସେବା ଯୋଗାଇବ । ବିଭିନ୍ନ ସମୟରେ ମୃତ୍ୟୁ ବ୍ୟକ୍ତିଙ୍କ ମର ଶରୀରକୁ ପରିବହନ ପାଇଁ ଉପକୁକ୍ତ ଯାନ ନମିଳିବାରୁ ଲୋକେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିଲେ। ଏନେଇ ଉତ୍କଳ ଆଲୁମିନା ବାଫ୍ଳିମାଳି ଖଣି ମୁଖ୍ୟ ବିଜୟ ଚୌହାନଙ୍କ ପରାମର୍ଶ କ୍ରମେ ଆବଶ୍ୟକସ୍ଥଳେ ଥୁଆମୂଲ ରାମପୁର ବାସୀଙ୍କ ନିକଟରେ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ମହାପ୍ରଣାୟ ସେବା ଯୋଗାଇ ଦିଆଯାଇଛି। ଉକ୍ତ ଯାନକୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରଜ୍ ଭାତ୍ରା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ପ୍ରଦ୍ୟୁମ୍ନ ପଣ୍ଡା, ବିଧାୟକ ପ୍ରତିନିଧି ମାଣିକ ନାଏକଙ୍କ ସମେତ ୟୁଏଆଇଏଲ ଖଣି ସିଏସଆର ମୁଖ୍ୟ ମନୋଜ ଦାଶ, ସିକୁରିଟି ପରିଚାଳକ ଦିବ୍ୟଜ୍ୟୋତି ଦାସ, ବିଜୟ ବିଶି, ବିନୋଦ ପୂଜାରୀ ଓ ସଞ୍ଜିବ କୁମାର ପ୍ରମୁଖ ଉପସ୍ଥିତ ରହି ଉକ୍ତ ମହା ପ୍ରଣାୟ ଯାନକୁ ହସ୍ତାନ୍ତର କରିଥିଲେ
