ଅସ୍ତବ୍ୟସ୍ତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାୟଗଡ଼ା ସହର ଅଧିଷ୍ଟ୍ରାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିର ନିକଟରେ ଲଗାଣ ବର୍ଷା ହେବା ଫଳରେ ପାହାଡ଼ ଧସି ରେଳବାଇ ଟ୍ରାକ ଉପରେ ପଥର ପଡିଥିବା ଦେଖିବାକୁ ମିଳିଛି।ପହାଡ଼ରେ ଭୁସ୍ଖଳନ ହେବା ଯୋଗୁଁ ବଡ଼ବଡ଼ ପଥର ଟ୍ରେନ୍ ଟ୍ରାକ୍ ଉପରେ ପଡ଼ିଛି। ଫଳରେ ଟ୍ରାକ୍ ଭାଙ୍ଗିଯିବା ସହ ଏହାର ଉପରେ ମାଟି ଅତଡା ଜମା ହୋଇରହିଛି। ଫଳରେ ବିଶାଖାପାଟଣା ଠାରୁ ରାୟଗଡ଼ା ଦେଇ ଯାଉଥିବା ରେଳବାଇ ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥବା ଜଣାପଡ଼ିଛି। ବିଭାଗ ସିଙ୍ଗଲ ଲାଇନରେ ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି। ଘଟଣା ପରେ ରାୟଗଡ଼ା ଡିଭିଜନର ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।
